ଲାଞ୍ଚ ନେବା ବେଳେ ୨ ସରକାରୀ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

Published By : Prameya-News7 Bureau | August 22, 2019 IST

ବ୍ରହ୍ମପୁର ୨୨|୮:  ଲାଞ୍ଚ ନେବା ବେଳେ ୨ ସରକାରୀ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ । ଗୋଟିଏ ଦିନରେ ୨ ଜଣ ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ  ଧରିଛି । ଭିଜିଲାନ୍ସ ଜାଲରେ ଧରାପଡିଥିବା ୨ ସରକାରୀ ବାବୁ ହେଲେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ସୁପରିଟେଣ୍ଡଣ୍ଟ ପୀତାମ୍ବର ଦାସ ଓ ବେଲଗୁଣ୍ଠା ବ୍ଲକ ଖଇରପୁଟ ପଞ୍ଚାୟତ ପିଇଓ ପଞ୍ଚାନନ ପ୍ରଧାନ ।

{"id":147511}

 ସୁପରିଟେଣ୍ଡଣ୍ଟ ପୀତାମ୍ବର, ଭାନୁମତି ଦାସ ନାମକ ମହିଳାଙ୍କ ଠାରୁ ସ୍ବାମୀଙ୍କ ଅପରେସନ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ସେହିପରି ପଞ୍ଚାନନ, ପ୍ରଭାତ କୁମାର ଭୂୟାଁଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଫାଶରେ ପଡିଛନ୍ତି । ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ବାଇଁ  ଏହି ବିଷୟରେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.