Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଚିତ୍ର ପ୍ରେମ : ପରସ୍ପରକୁ ଭଲ ପାଇ ବିବାହ କଲେ ୨ ଯୁବତୀ

29/08/2020 at 10:28 AM

ଅଯୋଧ୍ୟା ୨୯/୮: କୁହାଯାଏ ଯେ ପ୍ରେମରେ ସବୁ କିଛି ସମ୍ଭବ। ଅଯୋଧ୍ୟାରେ ଏକ ଏପରି ମାମଲା ସାମନାକୁ ଆସିଛି ଯେଉଁଠାରେ ୨ଜଣ ଯୁବତୀ ପରସ୍ପର ସହ ବିବାହ କରିଛନ୍ତି। କାନପୁରରେ ରହୁଥିବା ଯୁବତୀ ନିଜ ମାଉସୀ ଘରକୁ ଅଯୋଧ୍ୟାର ସାହେବଗଞ୍ଜ ଅଞ୍ଚଳକୁ ଆସୁଥିଲେ। ଏହି ସମୟରେ ସାହେବଗଞ୍ଜରେ ରହୁଥିବା ଆଉ ଜଣେ ଯୁବତୀଙ୍କ ସହ ପ୍ରେମ ହୋଇଯାଇଥିଲା।

୨ବର୍ଷ ହେବ ଚାଲିଥିବା ଏହି ପ୍ରେମ ଖବର ସେତେବେଳେ ସମସ୍ତଙ୍କୁ ଝଟକା ଦେଇଥିଲା ଯେତେବେଳେ ସେମାନେ ଦୁହେଁ ବିବାହ କରିଥିଲେ। ସେମାନେ ଅଗଷ୍ଟ ୨୬ତାରିଖରେ କାନପୁରର ତପସ୍ବୀ ମନ୍ଦିରରେ ବିବାହ କରିଥିଲେ ଏବଂ ଏବେ ସେମାନେ ସ୍ବାମୀ-ସ୍ତ୍ରୀ।

ଯେତେବେଳେ ଦୁହେଁ ଅଯୋଧ୍ୟାର କୋତଓ୍ବାଲି ସହରକୁ ପହଞ୍ଚିଥିଲେ ସେତେବେଳେ ଜଣେ ବର ତ ଆଉ ଜଣେ କନ୍ୟା ଭାବେ ସଜ ହୋଇଥିଲେ।

 ପୋଲିସ କହିଥିଲା ଯେ ଏହି ଦୁଇ ଯୁବତୀଙ୍କ ପରିବାର ଲୋକେ ମଧ୍ୟ ଏହି ବିବାହ ବିରୋଧୀ ନୁହେଁ। ଏମାନେ ଏବେ ଏକାଠି ରହିବାକୁ ପ୍ରସ୍ତୁତ।

   Related Posts