Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

୭ ବର୍ଷର ବନ୍ଧୁତା ପରେ ପ୍ରେମ, ପରିବାରର ଅନିଚ୍ଛା ସତ୍ତ୍ୱେ ମନ୍ଦିରରେ ବିବାହ କଲେ ଦୁଇ ଯୁବତୀ

13/06/2021 at 8:27 PM

ଗୁରୁଗ୍ରାମ ୧୩/୦୬ : ହରିୟାଣା ଗୁରୁଗ୍ରାମ ଓ ଝଜ୍ଜରର ଦୁଇ ଯୁବତୀ ପରସ୍ପରକୁ ବିବାହ କରିଥିବା ମାମଲା ସାମ୍ନାକୁ ଆସିଛି । ଏହି ସମଲିଙ୍ଗୀ ବିବାହକୁ ନେଇ ସ୍ଥାନୀୟରେ ଖୁବ ଚର୍ଚ୍ଚା ହେଉଛି । ଯୁବତୀଙ୍କ ପରିବାର ଲୋକେ ଶୁକ୍ରବାର ଦିନ ଉଭୟଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରି ବିଫଳ ହୋଇଥିଲେ ।

ସୂଚନା ଅନୁଯାୟୀ, ପଟୌଦିର ଏକ ଗାଁରେ ରହୁଥିବା ୨୦ ବର୍ଷୀୟା ଯୁବତୀଙ୍କ ବନ୍ଧୁତା ତାଙ୍କ ସ୍କୁଲରେ ପଢ଼ୁଥିବା ଜଣେ ଯୁବତୀଙ୍କ ସହ ହୋଇଥିଲା । ୭ ବର୍ଷର ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହୋଇଗଲା କେହି ଜାଣିପାରିଲେନି । ଦୁହେଁ ଆପୋଷ ବୁଝାମଣାରେ ଶୁକ୍ରବାର ଦିନ ସୋହନା ସ୍ଥିତ ଏକ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ପଟୌଦିରେ ଯୁବତୀ ପତ୍ନୀ ହୋଇଥିବାବେଳେ ଝଜ୍ଜରର ଯୁବତୀ ବର ବେଶରେ ସଜେଇ ହୋଇ ସାତ ଫେରା ନେଇଛନ୍ତି ଓ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଶୁକ୍ରବାର ଦିନ ମନ୍ଦିରରେ ବାହାହେବା ପରେ ଦୁହେଁ ପଟୌଦି କୋର୍ଟକୁ ଯାଇଥିଲେ । ଦୁହେଁ କୋର୍ଟରେ କହିଥିଲେ ଯେ ଦୁହେଁ ବିବାହ କରିଛନ୍ତି ଓ ପରସ୍ପର ସହ ମିଶି ରହିବାକୁ ଚାହୁଁଛନ୍ତି । ବାହାଘରକୁ ନେଇ ସେମାନେ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ । ପଟୌଦିର ଯୁବତୀଙ୍କୁ ତାଙ୍କ ପରିବାର ଲୋକ କୋର୍ଟ ପରିସରରେ ମଧ୍ୟ ବହୁତ ବୁଝାଇଥିଲେ । କିନ୍ତୁ ସେ କାହା କଥା ଶୁଣିନଥିଲେ । ଏହାପରେ ଦୁହେଁ ସେଠାରୁ ଚାଲି ଯାଇଥିଲେ ।

   Related Posts