ବାରିପଦା୩|୯: କୁଳିଅଣା ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ଦୁଇ ପରିବାର ଦୁଇ ଭଉଣୀ ପୋଖରୀ ରେ ବୁଡି ମୃତ୍ୟୁବରଣ କରିଛନ୍ତି। ମୃତ ଶିଶୁ ଦୁଇ ଜଣ ହେଉଛନ୍ତି ସେହି ଗାଁ ର ଚାରୁ ବେସ୍ରା ଙ୍କ ଝିଅ ସୁଖଲ ମୁନି ବେଶ୍ରା ଏବଂ ବିଶ୍ବନାଥ ବେସ୍ରା ଙ୍କ ଝିଅ ଶୁଭଶ୍ରୀ ବେଶ୍ରା।
{"id":152462,"width":598,"height":329}ସୂଚନା ଅନୁଯାୟୀ ଦୁଇ ଭଉଣୀ ଖେଳୁ ଖେଳୁ ଗାଁର ଏକ ବିଲରେ ଥିବା ପୋଖରୀରେ ବୁଡି ଯାଇଥିଲେ। ଏହାପରେ ଗ୍ରାମବାସୀ ଏବଂ ଶିଶୁଙ୍କ ସମ୍ପର୍କୀୟ ମୃତ ଦେହକୁ ଦେଖି ପୋଖରୀରୁ ଉଦ୍ଧାର କରିଥିବା ସହିତ ପ୍ରଥମେ ଡାକ୍ତରଖାନାକୁ ନେଇଥିଲେ ।ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ପହଁଚି ଦୁଇ ଶିଶୁଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।