ଜଣେ ଯୁବକଙ୍କୁ ବିବାହ କରିବାକୁ ଜିଦ୍ ଧରି ବସିଲେ ୨ ପ୍ରେମିକା, ଥାନାରେ ମାମଲା

Published By : Prameya-News7 Bureau | October 01, 2020 IST

ମେରଠ ୦୧/୧୦ : ଗୋଟିଏ ମାଳିକୁ ଦୁଇଟି ଫୁଲ । ମେରଠ କଙ୍କରଖେଡା ଅଞ୍ଚଳରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକଙ୍କ ସହ ବିବାହ କରିବାକୁ ଦୁଇ ପ୍ରେମିକା ଜିଦ ଧରି ବସିଲେ । ମାମଲା ଯାଇ ପହଞ୍ଚିଲା ଥାନାରେ । ଥାନାକୁ ଯାଇ ଦୁଇ ପ୍ରେମିକା କହିଲେ ଯେ ଦୁଇ ଜଣ ଯାକ ଯୁବକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଏହା ଶୁଣି ପୋଲିସକର୍ମୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଅଜବ ମାମଲାକୁ ଦେଖିବା ପରେ ପୋଲିସ ଦୁଇ ଯୁବତୀଙ୍କ ପରିବାର ଲୋକଙ୍କୁ ଥାନାକୁ ଡାକି ଯୁବକକୁ ହେପାଜତକୁ ନେଇଛି ।

ବୁଧବାର ଦିନ କଙ୍କରଖେଡା ଥାନାରେ ଏହିଭଳି ଏକ ଆଶ୍ଚର୍ଯ୍ୟ ମାମଲା ଦେଖିବାକୁ ମିଳିଥିଲା । ଦୁଇ ଜଣ ଯୁବତୀ ଜଣେ ଯୁବକଙ୍କ ସହ ଥାନାରେ ପହଞ୍ଚିଥିଲେ ଓ ଉଭୟ ଯୁବତୀ ଯୁବକଙ୍କୁ ନିଜର ପ୍ରେମିକ କହିଥିଲେ । ଏହାସହ ଦୁଇଜଣ ଯୁବତୀ ଯୁବକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ଥାନାରେ କହିଥିଲେ । ଯୁବକ ଜଣକ ମୁଜାଫରନଗର ବୋଲି ଜଣାପଡିଛି । ସେ ଏକ ହୋଟେଲରେ ମ୍ୟାନେଜର ଭାବେ କାମ କରନ୍ତି । ମାମଲାର କଣ ସମାଧାନ କରିବ ପୋଲିସ କିଛି ବୁଝିପାରିଲାନି । ଶେଷରେ ପୋଲିସ ଦୁଇ ଯୁବତୀଙ୍କ ପରିବାରଲୋକଙ୍କୁ ଥାନାକୁ ଡାକିଥିଲା । ଏହାପରେ ଯୁବକଙ୍କୁ ହେପାଜତକୁ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.