ଅପହୃତ ଦୁଇ ନାବାଳିକା ଛାତ୍ରୀ ଉଦ୍ଧାର, ଗାଡି ସହ ଅଭିଯୁକ୍ତକୁ ଅଟକ ରଖିଲେ ଗ୍ରାମବାସୀ

Published By : Prameya-News7 Bureau | October 15, 2019 IST

ପଟ୍ଟାମୁଣ୍ଡାଇ ୧୫।୧୦: ଅପହୃତ ହୋଇଥିବା ଦୁଇ ନାବାଳିକା ସ୍କୁଲ ଛାତ୍ରୀ ଉଦ୍ଧାର ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମୋଚିପଡା ଗାଁର ଦୁଇ ଛାତ୍ରୀ ଉଦ୍ଧାର ହୋଇଛନ୍ତି । ସ୍ଥାନୀୟ ଆମ୍ବପଡା ଗ୍ରାମବାସୀ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଗ୍ରାମବାସୀମାନେ ଅଭିଯୁକ୍ତ ଯୁବକ ସହ ସ୍କୁଟି ଜବତ କରିଛନ୍ତି ।

{"id":170320}

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଶୁଣ୍ଢୀୟ ପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଉଦ୍ଧାର ଦୁଇ ଛାତ୍ରୀ ଚତୁର୍ଥ ଶ୍ରେଣୀର ଅନୀତା ବାରିକ ଓ ପଞ୍ଚମ ଶ୍ରେଣୀର ଅନ୍ନପୂର୍ଣ୍ଣା ମଣ୍ଡଳ ।

{"id":170321}

ସ୍କୁଲ ଯାଉଥିବା ବେଳେ ଲିଫ୍ଟ ଦେବାକୁ କହି ବାଇକ୍ ଆରୋହୀ ଉଭୟଙ୍କୁ ନେଇଯାଇଥିଲେ । ପରିବାର ଲୋକ ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.