ରହସ୍ୟ ଘେରରେ ଜଙ୍ଗଲରୁ ଦୁଇ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା : ପରିବାର ଲୋକେ କଲେ ହତ୍ୟା ଅଭିଯୋଗ, ମୃତ ଛାତ୍ରୀଙ୍କ ବ୍ୟାଗରୁ ମିଳିଲା ଏହି ସବୁ ଜିନିଷ...

Published By : Prameya-News7 Bureau | August 11, 2019 IST

ରାଉରକେଲା ୧୧|୮: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସୀମଡ଼େଗା ବାନ୍ସଯୋର ଜଙ୍ଗଳରେ ଝୁଲନ୍ତା ଅବସ୍ଥାରେ ଦୁଇ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ମୃତ ଦୁଇ ଛାତ୍ରୀ ବୀରମିତ୍ରପୁରର ହକି ଖେଳାଳି ଶ୍ରଦ୍ଧା ସୋରେନ ଏବଂ ସୁନ୍ଦରଗଡ଼ ଗୁରୁଣ୍ଡିଆ ଅଞ୍ଚଳର ସୁନନ୍ଦିନୀ ବାଗେ । ସୁନନ୍ଦିନୀ ଗତକାଲି ସ୍କୁଲକୁ ଯାଇ ଆଉ ଫେରିନଥିଲେ । ସେହିପରି ଶ୍ରଦ୍ଧାଙ୍କୁ ଗତକାଲି ଅପରାହ୍ନରେ ଲୋକେ ସ୍ଥାନୀୟ ଅଞ୍ଚଳରେ ଦେଖିଥିଲେ । ସୀମଡେଗା  ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଏମାନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

{"id":143145}

କାଜୁ ଗଛରେ ଝୁଲୁଛି ଦୁଇ ଛାତ୍ରୀଙ୍କ ମୃତଦେହ । ଜଣେ ଶ୍ରଦ୍ଧା ସୋରେନ ଆଉ ଜଣେ ସୁନନ୍ଦିନୀ ବାଗେ। ବୀରମିତ୍ରପୁରର ଶ୍ରଦ୍ଧା ସୋରେନ ଜଣେ ଭଲ ହକି ଖେଳାଳି । ସେହିପରି ସୁନନ୍ଦିନୀଙ୍କ ପ୍ରକୃତ ଘର ସୁନ୍ଦରଗଡ଼ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଲଛକା ଗାଁରେ ହୋଇଥିବା ବେଳେ ସେ ତାଙ୍କ ସମ୍ପର୍କୀୟଙ୍କ ଘର ଝାଡ଼ଖଣ୍ଡ ସୀମଡ଼େଗା ବାନ୍ସଯୋରରେ ରହି ସ୍କୁଲରେ ପାଠ ପଢୁଥିଲେ। ସୀମଡ଼େଗା ପୋଲିସର କହିବାଅନୁସାରେ ସୁନନ୍ଦିନୀ ଗତକାଲି ଘରୁ ସ୍କୁଲକୁ ବାହାରିଥିଲେ, ହେଲେ ସ୍କୁଲକୁ ଯାଇନଥିଲେ। ସେହିପରି ଶ୍ରଦ୍ଧାଙ୍କୁ ମଧ୍ୟ ଗତକାଲି ଅପରାହ୍ଣରେ ଲୋକେ ସ୍ଥାନୀୟ ବଜାରରେ ଦେଖିଥିଲେ। ସୀମଡ଼େଗା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

{"id":143334}

ପ୍ରାଥମିକ ତଦନ୍ତରୁ ପୋଲିସ ଆତ୍ମହତ୍ୟା ସନ୍ଦେହ କରୁଥିବା ବେଳେ, ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ଝିଅକୁ ହତ୍ୟା କରାଯାଇଛି । ଶ୍ରଦ୍ଧାଙ୍କ ବୟସ ୧୮ ହୋଇଥିବା ବେଳେ ସୁନନ୍ଦିନୀଙ୍କ ବୟସ ୨୩ । ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା । ଘଟଣା ସ୍ଥଳରୁ ପୋଲିସ ଦୁଇଟି ବ୍ୟାଗ ଜବତ କରିଛି । ବ୍ୟାଗରୁ ଛୁରୀ, ରଶି, ବ୍ଲେଡ୍, କପଡ଼ା, ପାସପୋର୍ଟ ସାଇଜ ଫଟୋ ଆଦି ମିଳିଛି । ତେବେ ସତରେ ଏମାନେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇ ଆତ୍ମହତ୍ୟାର ରୁପ ଦିଆଯାଇଛି ।          

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.