ସ୍କୁଟି ଉପରେ ମାଡିଗଲା ଟ୍ରେଲର ; ଦୁଇ ଯୁବତୀ ମୃତ
11/02/2019 at 10:22 AM

ରାଉରକେଲା ୧୧|୨: ବ୍ରାହ୍ମଣୀତରଙ୍ଗ ଥାନା ଟିସିଆଇ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସ୍କୁଟି ଉପରେ ମାଡିଯାଇଛି ଟ୍ରେଲର । ଦୁର୍ଘଟଣା ଫଳରେ ସ୍କୁଟିରେ ଥିବା ଦୁଇ ଜଣ ଯୁବତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ଦୁର୍ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରେଲର ଫେରାର ହୋଇଯାଇଛି । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।