ଅଭାବନୀୟ : ଖେଳିବା ବେଳେ ଖାଲରେ ଖସିପଡିଲେ ୨ ଶିଶୁ, ଚାଲିଗଲା ଦୁହିଁଙ୍କ ଜୀବନ

Published By : Prameya-News7 Bureau | February 26, 2021 IST

ସମ୍ବଲପୁର ୨୬।୨: ସମ୍ବଲପୁର ଗୋଶାଳା କଲପଡାରେ ଅଘଟଣ । ଖେଳୁଥିବା ବେଳେ ଖାଲରେ ଖସିପଡିଲେ ୨ ଶିଶୁ । ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି । ଘର ପାଖରେ ଥିବା ଏକ ଖାଲରେ ପଡି ଉଭୟ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଦୁଇ ମୃତ ଶିଶୁ କନ୍ୟା ହେଲେ ଭୀଷ୍ମ ଛତ୍ରିଆଙ୍କ ଝିଅ ଡୋଲେଶ୍ବରୀ ଛତ୍ରିଆ ଓ ବିଜୟ ମହାନନ୍ଦଙ୍କ ଝିଅ ନିଶା ମହାନନ୍ଦ । ଉଭୟଙ୍କ ବୟସ ୩ ବର୍ଷ ବୋଲି ଜଣାପଡିଛି । ଉଭୟ ଶିଶୁ ଏକାଠି ଖେଳୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.