Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ସୁନା ବନ୍ଧକ ରଖି କରିଥିଲେ ହଡ଼ପ : ଦୁଇ ଦୋକାନୀ ସହ ଜଣେ ଠକ ଗିରଫ ,୧ କେଜି ତରଳ ସୁନା ଜବତ

26/10/2020 at 7:59 AM

ରାଉରକେଲା ୨୬।୧୦: ସୁନା ଠକେଇ ଅଭିଯୋଗରେ ୨ ଗିରଫ । ଏକ କୋଟିରୁ ଅଧିକ ଟଙ୍କାର ସୁନା ଠକେଇ ଅଭିଯୋଗରେ ଦୁଇ ଜଣ ସୁନା ଦୋକାନୀ ସହ ଜଣେ ଠକକୁ ଗିରଫ କରିଛି ରାଉରକେଲା ଟାଙ୍ଗରାପାଲି ପୋଲିସ ।

ଠକ ସୁନା ଦୋକାନୀ, ଲୋକଙ୍କଠାରୁ ସୁନା ବନ୍ଧକ ରଖି ସୁନାର ଅଧା ଟଙ୍କା ଦେଉଥିଲା । ଲୋକେ ସୁନାକୁ ମୁକୁଳାଇବା ପୂର୍ବରୁ ତାକୁ ପୁରା ଦାମରେ ବିଭିନ୍ନ ସୁନା ଦୋକାନରେ ବିକ୍ରି କରିଦେଉଥିଲା । ଏନେଇ ଥାନାରେ ଲୋକ ଅଭିଯୋଗ କରିବା ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ଗିରଫ ଦୁଇ ସୁନା ଦୋକାନୀଙ୍କଠାରୁ ପୋଲିସ ୧୦ କିଲୋ ୫୩ ଗ୍ରାମ ତରଳାଯାଇଥିବା ସୁନା ଜବତ କରିଛି।

ଠକ ସୁନା ଦୋକାନୀଠାରୁ  ସୁନା କିଣି ତାକୁ ତରଳାଇ  ପାଖାପାଖି ତିନି କେଜି ସୁନା ଠକେଇ କରିସାରିଥିବା ଅଭିଯୋଗ ହୋଇଛି।  ଯାହାର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ  ହେବ । ଗିରଫ ଦୁଇ ସୁନା ଦୋକାନୀ ହେଲେ  ଦିନାନାଥ ସାହୁ ଏବଂ ମନୋଜ ପ୍ରସାଦ ସାହୁ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଠକ ସୁନା ଦୋକାନୀଙ୍କ ସ୍ବାସ୍ଥ୍ୟବସ୍ଥା  ଠିକ୍ ନଥିବାରୁ ତାକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

   Related Posts