Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଦାଦା ବଟି ମାଗି ନେତା ଗିରଫ, ବଟି ନଦେବାରୁ ମାଡ଼ ମାରିଥିବା ଅଭିଯୋଗ

28/10/2020 at 7:59 AM

ସମ୍ବଲପୁର ୨୮।୧୦: ଦାଦା ବଟି ମାଗି ନେତା ଗିରଫ । ଏକ ଘରୋଇ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ବଟି ମାଗିବା ସହ ମାଡ଼ ମାରିବା ଅଭିଯୋଗରେ ସମ୍ବଲପୁର ଠେଲକୁଲି ପୋଲିସ  ୫ ଜଣକୁ ଗିରଫ କରିଛି ।

ଖବର ଅନୁଯାୟୀ, ଗତ ୨୬ରେ  ଆଦିତ୍ୟ ଆଲୁମିନା କମ୍ପାନୀର ଠିକା ସଂସ୍ଥା ଭଦ୍ରୋଦରା ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟ ର ଏଚ୍.ଆର୍ ଓ ଆଡମିନ୍ ବିଭାଗର ମୁଖ୍ୟ ଗୌତମ କୁମାର ରେଡିଙ୍କୁ  ବାଳକୃଷ୍ଣ ରୋହୀଦାସ, ରାଜେଶ ରୋହୀଦାସ ସମେତ ୫ ଜଣ  ଦାଦାବଟି ମାଗିଥିଲେ ।  ଦାଦା ବଟି ନଦେବାରୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ମାଡ଼ ମାରି ଅଭିଯୁକ୍ତମାନେ ବଳ ପୂର୍ବକ ୨୦ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ । ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ପେସିଆଲ ଡ୍ରାଇଭ ଆରମ୍ଭ ହୋଇଥିଲା ।

ଗତକାଲି ସନ୍ଧ୍ୟାରେ ମୂଖ୍ୟ ଅଭିଯୁକ୍ତ ବାଳକୃଷ୍ଣ ରୋହିଦାସ, ରାଜେଶ ରୋହିଦାସ ସମେତ ଅନ୍ୟ ଜଣେ ନାବାଳକ ଧରା ପଡିଛନ୍ତି । ସେମାନଙ୍କ ଠାରୁ ନଗଦ ୫୦୦୦ ଟଙ୍କା ସହ ଏକ ଇନୋଭା ଗାଡି ଜବତ ହୋଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ବାଳକୃଷ୍ଣ ରୋହିଦାଶ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ରେଙ୍ଗାଲି ବିଧାୟକ ପାର୍ଥୀ ଥିଲେ ।

   Related Posts