ଘରେ କେହିନଥିଲେ, ପଶିଲେ ଚୋର ; କାବୁ କରି ପୋଲିସର ଜିମା ଦେଲେ ଗ୍ରାମବାସୀ

Published By : Prameya-News7 Bureau | January 11, 2021 IST

ପାଟଣା ୧୧।୦୧:  ଚୋରି ଉଦ୍ୟମ ବେଳେ ୨ ଚୋରଙ୍କୁ କାବୁ କଲେ ଗ୍ରାମବାସୀ , ପରେ ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ତୁରୁମୁଙ୍ଗାରେ ଦିଲ୍ଲୀପ ସାହୁ ଙ୍କ ଘରୁ ଗତକାଲି ରାତି ଚୋରି ଉଦ୍ୟମ ହେଉଥିବା ବେଳେ ଗ୍ରାମବାସୀ ଦୁଇଜଣ ଚୋରଙ୍କୁ କାବୁ କରିଥିଲେ । ଏହାପରେ ୨ ଚୋରକୁ ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ଘରେ କେହିନଥିବାର ସୁଯୋଗ ନେଇ ଘର ପଛ ପଟ କବାଟ ଓ ଝରକାର ଗ୍ରୀଲ  ଭାଙ୍ଗି ଚୋରି କରିବା ପାଇଁ  ଘର ଭିତରକୁ ପଶିଥିଲେ ଇ ଚୋର ।

କୌଣସି ସୁତ୍ରରୁ ଖବର ପାଇ ଗ୍ରାମବାସୀ ଦୁଇ ଚୋରଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି । ସେହିପରି ଘଟଣାସ୍ଥଳରୁ ଆଉ ଦୁଇ ଜଣ ଚୋର ଫେରାର ହୋଇଯାଇଛନ୍ତି। ଦୁଇ ଚୋର କଟକ ଅଞ୍ଚଳର ହୋଇଥିବା  ଜଣାପଡିଛି । ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ତୁରୁମୁଙ୍ଗା ଗ୍ରାମରୁ ବାରମ୍ବାର ଚୋରି ହେଉଥିବାରୁ ରାତ୍ର କାଳୀନ ପେଟ୍ରୋଲିଂ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.