ବେଆଇନ ମଦ କାରବାରରେ ଦୁଇ ଗିରଫ, ସ୍କୁଟି ଡ଼ିକିରୁ ବିପୁଳ ପରିମାଣର ମଦ ଜବତ

Published By : Prameya-News7 Bureau | June 24, 2020 IST

କଣ୍ଟାବାଞ୍ଜି ୨୪।୦୬: ବେଆଇନ ମଦ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଦୁଇ ଗିରଫ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସୁନ୍ଦରମିତି ବାଗଙ୍କସ୍ୱାମୀ ଜୟକୃଷ୍ଣ ବାଗ ଏବଂ ରାଧାକାନ୍ତ ସାହୁଙ୍କୁ ଗିରଫ କରିଛି ମୁରିବାହାଲ ପୋଲିସ।

{"id":290728,"sizeSlug":"large"}

ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଗିରଫ ଦୁଇ ଜଣ ଏକ ନମ୍ବର ବିହୀନ ସ୍କୁଟିରେ ରନ୍ଧା ମଦ ନେଇଯାଉଥିଲେ । ପୋଲିସ ଏମାନଙ୍କୁ ସନ୍ଦେହରେ ପିଛା କରିବା ସହ ସ୍କୁଟିର ଯାଞ୍ଚ କରିଥିଲା । ସ୍କୁଟି ଡିକିରୁ ୫୦୦ ମି.ଲି. ର ୧୦ ଟି ମଦ ପାଉଚ ଓ ୨ ଲିଟର ଦେଶୀ ରନ୍ଧା ମଦ ବାହାରିଥିଲା । ବେଆଇନ ମଦ କାରବାରରେ ପଂଚାୟତ ସମିତି ଉପାଧ୍ୟକ୍ଷାଙ୍କ ସ୍ୱାମୀ ଗିରଫ ହୋଇଥିବା ଯୋଗୁ ଅଂଚଳରେ ଚର୍ଚାର ବିଷୟ ପାଲଟିଥିଲା । ତେବେ ଗିରଫ ପରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଜାମି ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.