ପ୍ରିନ୍ସପାଲ୍ଙ୍କୁ କଲ୍ ଗାର୍ଲ ଭାବି ବାରମ୍ୱାର ଫୋନ୍ କରୁଥିଲେ ଯୁବକ, ଏବେ ବାନ୍ଧି ନେଲା ପୋଲିସ୍
14/01/2021 at 8:49 AM

ମୁମ୍ୱାଇ, ୧୩/୦୧: ମହାରାଷ୍ଟ୍ରର ୱାଡାଲା ପୋଲିସ୍ ଜଣେ ୩୫ ବର୍ଷୀୟ ପ୍ରନ୍ସିପାଲ୍ଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଅସଦାଚରଣ କରୁଥିବା ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ସ୍ୱର ବଦଳାଇ ତାଙ୍କୁ ବାରମ୍ୱାର ଫୋନ୍ କରି ହଇରାଣ କରୁଥିଲେ । ଏପରିକି ତାଙ୍କ ସହିତ ଶାରିରୀକ ସଂପର୍କ ରଖିବାକୁ ମଧ୍ୟ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି
ଦୁଇ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିବା ପରେ ସମାନଙ୍କ ତଥ୍ୟ ହାସଲ କରିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ମୁମ୍ୱାଇର ଘନସୋଲି ଅଞ୍ଚଳର ସୁରଜ ସିଦ୍ଧାର୍ଥ କମ୍ୱାଲେ (୨୫) ହୋଇଥିବା ବେଳେ ଅନ୍ୟ ଜଣେ ସେହି ଅଞ୍ଚଳର ମନୋଜ ଲକ୍ଷ୍ମଣ ଦେବ୍ରୁଖକର (୩୧) ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତ ୨ଜଣ ଦୁଇ ବନ୍ଧୁ ହୋଇଥିବା ବେଳେ ସେମାନେ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଛନ୍ତି । ତେବେ ଅଭିଯୋଗକାରିଣୀ ମୁମ୍ୱାଇର ବାସିନ୍ଦା । ସେ ସେଠାକାର ଏକ କଲେଜ୍ରେ ପ୍ରିନ୍ସପାଲ୍ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।
ପୋଲିସ୍ର କହିବା ମୁତାବକ , କମ୍ୱଲେ ଜୁଇନଗରର ଏକ ସୁଲଭ ଶୈଚାଳୟର କାନ୍ଥରେ ପ୍ରନ୍ସିପାଲ୍ଙ୍କ ନମ୍ୱର ଲେଖା ହେବା ସହିତ କଲ୍ ଗାର୍ଲ ବୋଲି ମଧ୍ୟ ଲେଖା ହୋଇଥିବାର ଦେଖିଥିଲା । ଏହାପରେ ସେ ଦେବ୍ରୁଖକରଙ୍କୁ ଜଣାଇଥିଲା । ଉଭୟ ମିଶି ମହିଳାଙ୍କୁ ଯୋଗାଯୋଗ କରୁଥିବା ସେମାନେ ପୋଲିସ୍କୁ କହିଛନ୍ତି ।
ଡିସେମ୍ୱର ୩୦ ତାରିଖରୁ ଦୁଇ ଅଭିଯୁକ୍ତ ମହିଳାଙ୍କୁ ବାରମ୍ୱାର ଫୋନ୍ କରିବା ସହିତ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ପାଖାପାଖି ଏକ ସପ୍ତାହ ଧରି ସେମାନେ ଏପରି କରି ଆସୁଥିଲେ । ମହିଳା ଜଣକ ଏନେଇ ଜାନୁଆରୀ ୭ ତାରଖରେ ଥାନାରେ ଅଭିଯୋଗ କରିଥିଲେ। ୱାଡାଲା ପୋଲିସ୍ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହେବା ସହିତ ସେମାନଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଇ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।