Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ

20/01/2021 at 9:13 AM

କଳାହାଣ୍ଡି ୨୦।୦୧: ଛତିଶଗଡ ପୋଲିସ ଦ୍ବାରା ବାଘ ଛାଲ ଜବତ । କଳାହାଣ୍ଡିର ଦୁଇ ଜଣଙ୍କୁ ବେପାରୀଙ୍କୁ ଗିରଫ କଲା ଛତିଶଗଡ ପୋଲିସ । ଗିରଫ ବ୍ୟକ୍ତିମାନେ ହେଲେ ଜୁନାଗଡ଼ ଥାନା ଝାରବନ୍ଧ ଗାଁର ରମେଶ ନାୟକ ଏବଂ ଗୋଲାମୁଣ୍ଡା ଥାନା ନକଟିକାନି ଗାଁର କେଶବ ମାଝି ।

ଖବର ଅନୁଯାୟୀ, ବାଘ ଛାଲ କାରବାର ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଯାହାକୁ ନେଇ ଛତିଶଗଡ଼ ପୋଲିସ ସଜାଗ ହୋଇଥିଲା । ଏପିରିକି  ଗତ କିଛି ହେଲା ଚୋରା କାରବାର୍‌ ଉପରେ ନଜର ମଧ୍ୟ ରଖିଥିଲା । ଶେଷରେ ଛତିଶଗଡ ଦେଭୋଗ ଥାନା ଧୁପକୋଟ ଗାଁରୁ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ହେଲେ ଜୁନାଗଡ଼ ଥାନା ଝାରବନ୍ଧ ଗାଁର ରମେଶ ନାୟକ ଓ ଗୋଲାମୁଣ୍ଡା ଥାନା ନକଟିକାନି ଗାଁର କେଶବ ମାଝୀ । ସେମାନଙ୍କ ନିକଟରୁ ଦୁଇଟି ବାଘ ଛାଲ ଜବତ ହୋଇଛି। ତେବେ ଜବତ ହୋଇଥିବା ବାଘ ଛାଲର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ବୋଲି ଗରିଆବନ୍ଧ ଏସ୍‌ପି ଭୋଜରାମ ପଟେଲଙ୍କ ସୁଚନା ଦେଇଛନ୍ତି ।

   Related Posts