ଜଳଧର ଜେନା ହତ୍ୟା ମାମଲା, ସଂପୃକ୍ତି ଅଭିଯୋଗରେ ବାପା-ପୁଅ ଗିରଫ

Published By : Prameya-News7 Bureau | December 10, 2020 IST

ଯାଜପୁର ୧୦।୧୨: ପୋଲିସ କବ୍‌ଜାରେ ହତ୍ୟା ଅଭିଯୁକ୍ତ । ଯାଜପୁର ଜିଲ୍ଲା ଜେନାପୁର ଥାନା ମର୍ଚ୍ଚତାପୁର ଜଳଧର ଜେନା ହତ୍ୟାକାଣ୍ଡ ପୋଲିସକୁ ମିଳିଛି ସଫଳତା । ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ବାପା-ପୁଅଙ୍କୁ ଗିରଫ କରିଛି ଜେନାପୁର ପୋଲିସ । ଗିରଫ୍ ଅଭିଯୁକ୍ତ ବାପ ଭିକାରୀ ଦାସ ଓ ପୁଅ ସନ୍ତୋଷ ଦାସଙ୍କୁ ଗତକାଲି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।

 ଖବର ଅନୁଯାୟୀ, କିଛି ଦିନ ତଳେ  ମର୍ଚ୍ଚତାପୁର ବାଲିପଡିଆ ଅଞ୍ଚଳର ଜଳଧର ଜେନା ଛେଳି ଚରାଇବାକୁ ଯାଇଥିଲେ । ନିକଟରେ ଥିବା ଏକ ପଡିଆରେ ଜଳଧରଙ୍କ କ୍ଷତାକ୍ତ ମୃତଦେହ ପଡିଥିବାର ଦେଖି ଗ୍ରାମବାସୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା ।  ପୋଲିସ ମୃତଦେହକୁ ବ୍ୟବେଚ୍ଛଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଳଧରଣଙ୍କୁ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତ ଜାଣିବାକୁ ପାଇଥିଲା । ଏହାକୁ ଆଧାର କରି ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ବାପା-ପୁଅକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି  ବୋଲି ଯାଜପୁର ରୋଡ଼୍‌ ଏସ୍‌ଡିପିଓ ସୂଚନା ଦେଇଛନ୍ତି । ପୂର୍ବ ଶତୃତାକୁ କେନ୍ଦ୍ରକରି ଗତ ୭ ତାରିଖ ଦିନ ଘଟିଥିଲା ଏହି ହତ୍ୟାକାଣ୍ଡ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.