Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବଡ଼ଭାଇକୁ ସାନଭାଇର ବୋମାମାଡ଼ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ପ୍ରଦୀପ ମୃତ

7/11/2021 at 10:16 AM

ନୟାଗଡ଼ ୦୭।୧୧: ସାନଭାଇର ବୋମାମାଡରେ ଆହତ ବଡଭାଇର ଚିକିତ୍ସାଧିନ ଅବସ୍ଥାରେ ମୃତ୍ଯୁ । ମୃତକ ବଡଭାଇ ହେଲେ ପ୍ରଦୀପ ନାୟକ । ସାନଭାଇ ଦିଲ୍ଲୀପ ଏବଂ ତାର ଜଣେ ସହଯୋଗୀ ମନୋଜ ମହାରଣାକୁ ଗିରଫ କରିବା ସହ ୪ଟି ଅଫୁଟା ବୋମା ଜବତ କରିଛି ପୋଲିସ । ପାରିବାରିକ  ବିବାଦକୁ କେନ୍ଦ୍ର କରି ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।

ଖବର ଅନୁଯାୟୀ, ଗତ ଶୁକ୍ରବାର ରାତିରେ ଓଡଗାଁ ଥାନା ବାହାଡ଼ାଝୋଲା ଟ୍ରାଫିକ୍ ପୋଷ୍ଟ ନିକଟରେ ଦିଲ୍ଲୀପ ଦୁଇଟି ବୋମା ପ୍ରଦୀପ ଉପରକୁ ଫିଙ୍ଗିଦେଇ ପଳାଇଯାଇଥିଲା । ପୋଲିସ ପ୍ରଦୀପକୁ ଉଦ୍ଧାର କରି ପ୍ରଥମେ ଓଡଗାଁ ଏବଂ ପରେ ନୟାଗଡ ଡାକ୍ତରଖାନାକୁ ପଠାଇଥିଲା ।  ଅବସ୍ଥା ଗୁରୁତର ହେବାରୁ ପ୍ରଦୀପକୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଥିଲା । ତେବେ ଶନିବାର ରାତିରେ ସେଠାରେ ତାଙ୍କର ମୃତ୍ଯୁ ହୋଇଛି । ପୋଲିସ  ଦିଲ୍ଲୀପକୁ ଗିରଫ କରିବା ସହ ବୋମା ପ୍ରସ୍ତୁତକାରୀ ମନୋଜ ମହାରଣାକୁ ଗିରଫ କରିଛି ।

ସେହିପରି ମନୋଜ ଠାରୁ ଚାରୋଟି ଅଫୁଟା ବୋମା ଏବଂ ଗୋଟିଏ ବାଇକ୍  ଜବତ କରିଛି ପୋଲିସ।  ମନୋଜ ବାରହା ଶିକାର ପାଇଁ ବୋମା ତିଆରି କରି ରଖିଥିବା ପୋଲିସ ସୂଚନା ଦେଇଛି ।  ଦିଲ୍ଲୀପ କିଛି କାମ ନକରି ମାଙ୍କୁ ମାଡପିଟ କରି ଟଙ୍କା ନେଉଥିବାରୁ ଭୂବନେଶ୍ବରରେ ରହୁଥିବା ପ୍ରଦୀପ ଗାଁକୁ ଆସି ତାକୁ ତାଗିଦ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଦିଲ୍ଲୀପ ଏଭଳି କାଣ୍ଡ କରିଥିବା ଜଣାପଡିଛି ।

   Related Posts