କୋଭିଡ୍ ହସ୍ପିଟାଲ୍ ସମ୍ପର୍କରେ ବିବାଦୀୟ ଅଡିଓ ଭାଇରାଲ ମାମଲା, ୨ ବନ୍ଧୁଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

Published By : Prameya-News7 Bureau | August 10, 2020 IST

ଭୁବନେଶ୍ୱର ୧୦।୦୮ : କୋଭିଡ୍ ହସ୍ପିଟାଲ୍ ସମ୍ପର୍କରେ ଫୋନ୍‌ରେ କଥା ହେଉଥିବା ଦୁଇ ବନ୍ଧୁଙ୍କ ଅଡିଓ ଭାଇରାଲ ଘଟଣା । ମାମଲାରେ ୨ଜଣ ବନ୍ଧୁଙ୍କୁ ଗିରଫ କରି କମିଶନରେଟ୍‌ ପୋଲିସ ।  ଅଡିଓ ଭାଇରାଲ୍‌ କରିଥିବା ୨ ବନ୍ଧୁଙ୍କୁ ଗିରଫ କରାଯାଇଛି । ସୋସିଆଲ ମିଡିଆରେ କୋଭିଡ୍‌ ଚିକିତ୍ସା ଭାଇରାଲ୍‌ ପ୍ରସଙ୍ଗରେ ୨ ବନ୍ଧୁଙ୍କୁ ଗିରଫ ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍‌ପିଟାଲକୁ ପଠାଯାଇଛି । ଗିରଫଙ୍କ ମଧ୍ୟରୁ ଜଣେ  ଅରଟେଲ୍‌ କର୍ମଚାରୀ ଥିବା ସୂଚନା ରହିଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କ ଅରଟେଲ୍‌ କର୍ମଚାରୀ ଥିବା ମଧ୍ୟ କହିଥିବା ସୂଚନା ରହିଛି ।

ତେବେ ଗିରଫ ହୋଇଥିବା ୨ଜଣଙ୍କୁ ପଚରାଉଚରା ଜାରି ରହିଛି । କାହା ପ୍ରରୋଚନାରେ ଏଭଳି ଯୋଜନାବଦ୍ଧ ଭାବରେ ଅଡିଓ ଭାଇରାଲ କରାଇଥିଲେ , ଏବଂ ଏହା ପଛରେ ଆଉ କ’ଣ ରହିଛି ଷଡ଼ଯନ୍ତ୍ର । କମିଶନରେଟ ପୋଲିସ ତାହାର ଖୋଳତାଡ଼ ଜାରି ରହିଛି । ସେହିପରି ଅଡିଓକୁ ଯେଉଁମାନେ ବିଭିନ୍ନ ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ୍‌ରେ ଭାଇରାଲ କରାଇଥିଲେ, ସେହି ଗ୍ରୁପ୍‌ର ଆଡ୍‌ମିନ୍‌ ମଧ୍ୟ ପୁଲିସ ସ୍କାନରକୁ ଆସିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.