Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମିଠା ଦୋକାନୀଙ୍କୁ ହତ୍ୟା ଘଟଣା : ଜିଲ୍ଲା ବାହାରୁ ୨ଅଭିଯୁକ୍ତଙ୍କୁ ଗିରଫ କଲା ସ୍ପେଶାଲ ସ୍ବାର୍ଡ, ହତ୍ୟାରେ ବ୍ୟବହୃତ ବାଇକ ଓ ଖଣ୍ଡା ଜବତ

12/10/2020 at 7:54 AM

ଭୁବନେଶ୍ୱର ୧୨।୧୦: ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ହତ୍ୟାକାରୀ । ଭୁବନେଶ୍ବର ସାମନ୍ତରାପୁର ମିଠା ଦୋକାନୀ ଶମ୍ଭୁ ସାହୁ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ତୁମୁଡିବନ୍ଧରୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡର ସ୍ବତନ୍ତ୍ର ଟିମ୍ । ହତ୍ୟାକାଣ୍ଡ ପରେ ଦୁଇ ଅଭିଯୁକ୍ତ ପ୍ରଥମେ ବ୍ରହ୍ମପୁର ଓ ପରେ ତୁମୁଡିବନ୍ଧ ପଳାଇଥିଲେ । ଧରାପଡିଥିବା ଦୁଇ ଅଭିଯୁକ୍ତ ଶ୍ରୀତିକ ବିଶ୍ବାଳ ଓ ଆଶୁତୋଷ ମହାନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏମାନେ ବ୍ୟବହାର କରିଥିବା ବାଇକ ଓ ଖଣ୍ଡାକୁ ମଧ୍ୟ ଜବତ କରିଛି କମିସନରେଟ ପୋଲିସ ।

ମୃତ ଶମ୍ଭୁ ପୁର୍ବରୁ ଦିଲ୍ଲୀପ ବେହେରାଙ୍କ ଠାରୁ  ଘର ତିଆରି କରିବାକୁ କିଛି ଟଙ୍କା ଧାର ନେଇଥିଲେ । ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ ବଦଳରେ ଶମ୍ଭୁ ଦିଲ୍ଲୀପଙ୍କୁ ଗାଳିଗୁଲଜ କରିଥିଲେ । ଏକଥା ଦିଲ୍ଲୀପର ପୁଅ ଜାଣିବା ପରେ ତାର ସାଙ୍ଗ ଶ୍ରୀତିକ ଓ  ଆଶୁତୋସକୁ କହି ପାନେ ଦେବାପାଇଁ ଯୋଜନା କରିଥିଲେ । ଆଉ ଗତ ୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ହତ୍ୟାକାଣ୍ଡ ଘଟଣାରେ ପୁର୍ବରୁ କମିସନରେଟ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ରାଜା ବେହେରା କୋର୍ଟରେ ଆତ୍ମସମର୍ପଣ କରିସାରିଛି ।

   Related Posts