ଭୁବନେଶ୍ୱର ରେଳ ଷ୍ଟେସନରୁ ୨ କିନ୍ନର ଗିରଫ, ଚୋରାରେ କରୁଥିଲେ ଗଞ୍ଜେଇ କାରବାର

Published By : Prameya-News7 Bureau | June 29, 2021 IST

ଭୁବନେଶ୍ୱର ୨୯।୦୬ : ଭୁବନେଶ୍ୱର ରେଳ ଷ୍ଟେସନରୁ ୨ କିନ୍ନର ଗିରଫ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ୨ ଜଣ କିନ୍ନରଙ୍କୁ ଗିରଫ କଲା ଆରପିଏଫ୍‌ । ୨ କିନ୍ନରଙ୍କ ଠାରୁ ୧୫ କେଜିର ଗଞ୍ଜେଇ ଜବତ ହୋଇଛି ।

ଖବର ଅନୁଯାୟୀ, ୨ଜଣ କିନ୍ନର ରେଳ ଯାତ୍ରୀ ସାଜି ଟ୍ରେନ୍‌ରେ ଗଞ୍ଜେଇ କାରବାର କରୁଥିଲେ । ଏହି ଚୋରା କାରବାର ଖବର ରେଳବାଇ ପୋଲିସ ପାଇଥିଲା । ଯାହାପରେ ଖୋଲତାଡ଼ କରିଥିଲା ରେଳବାଇ ପୋଲିସ । ତେବେ ଆଜି ଟ୍ରେନ୍‌ରେ ଏକ  ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ କାରବାର କରୁଥିବା ବେଳେ କାବୁ କରିଥିଲା ଆରପିଏଫ୍‌ । ଗିରଫ ୨ କିନ୍ନର ହେଲେ ବେଗୁନିଆର ଲିଜ଼ା ଓରଫ ଲକ୍ଷ୍ମୀଧର ମହାନ୍ତି ଓ ଅନ୍ୟ ଜଣେ ବସନ୍ତ ସ୍ୱାଇଁ ବୋଲି ଜଣାପଡିଛି । ଉଭୟଙ୍କ ଠାରୁ ୧୫କେଜିର ଗଞ୍ଜେଇ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.