ଭୁବନେଶ୍ବର ୨୮।୦୫: ରାଜଧାନୀରେ ଥମୁନି ଧଳାଜହର କାରବାର୍ । ପୁଣି ଥରେ ଜବତ ହେଲା ବ୍ରାଉନ୍ସୁଗାର । ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍ସୁଗାର ଜବତ ସହ ୨ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ୍ ।
ଖବର ଅନୁଯାୟୀ, ଭୁବନେଶ୍ୱର ବରମୁଣ୍ଡା ନିକଟରେ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ଚଢାଉ କରିଥିଲା । ଏହି ଚଢାଉରେ ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଛନ୍ତି । ବ୍ରାଉନ୍ସୁଗାର କାରବାର ଅଭିଯୋଗରେ ୨ଜଣ ବେପାରୀଙ୍କୁ ଗିରଫ କରିଛି ଏସ୍ଟିଏଫ୍ । ଗିରଫ ବେପାରି ହେଲେ-ପଶ୍ଚିମବଙ୍ଗ ନଦିଆ ଅଞ୍ଚଳର କପିଲଦେବ ମଜୁମଦାର୍ ଏବଂ ଖୋର୍ଦ୍ଧା ଜଙ୍କିଆର ରଶ୍ମିରଞ୍ଜନ ଭୋଳ । ସେମାନଙ୍କ ନିକଟରୁ ୧ କେଜି ୨୩୮ ଗ୍ରାମ୍ର ବ୍ରାଉନସୁଗାର ଜବତ ହୋଇଛି ।
ତେବେ ଗିରଫ ରଶ୍ମିରଞ୍ଜନ ଦାସଙ୍କ ନିକଟରୁ ଏମ୍ସର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତରଙ୍କ ଏକ ନକଲି ପରିଚୟ ପତ୍ର, ପୋଲିସ ୟୁନିଫର୍ମରେ ଥିବା ଫଟୋର ଜେରକ୍ସ କପି, ଗୋଟିଏ ବୁଲେଟ୍, ୨ଟି ଲାପଟପ୍ ଏବଂ ନଗଦ ୧୭ ହଜାର ଟଙ୍କା ଜବତ ହୋଇଛି । ୨୦୨୦ରୁ ଆଜି ଯାଏ ୫୨ କେଜିର ବ୍ରାଉନସୁଗାର ଜବତି କରିସାରିଛି ଏସ୍ଟିଏଫ୍ ।