ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ଦୁଇ ଭାଇ ଗିରଫ

Published By : Prameya-News7 Bureau | October 11, 2020 IST

ଭଦ୍ରକ ୧୧।୧୦: କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ । ଘଟଣାରେ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ଧାମନଗର ମେଡିକାଲ ନିକଟ ଶ୍ୟାମପୁର ଗ୍ରାମର ଦେବେନ୍ଦ୍ର ମହାପାତ୍ର ଓ ମହେନ୍ଦ୍ର ମହାପାତ୍ର ।ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଘଟିଛି ଘଟଣା ।

{"id":342188,"sizeSlug":"large"}

ସୂଚନା ଅନୁଯାୟୀ ଏକ ଖବରକାଗଜର ଦୋବଲ ପ୍ରତିନିଧି ସଂଜୀବ ମହାନ୍ତି ଖବର କାମ ଶେଷ କରି ମେଡିକାଲ ଛକ ନିକଟରେ ଅନ୍ୟ ସାମ୍ବାଦିକଙ୍କ ସହ ଠିଆ ହୋଇଥିଲେ । ଠିକ୍‌ ଏହି ସମୟରେ ଅଭିଯୁକ୍ତ ଦେବେନ୍ଦ୍ର ବାଇକରେ ଆସି ସଂଜୀବଙ୍କୁ ମାଡ ମାରିଥିଲା । ଏହି ସମୟରେ ଉପସ୍ଥିତ ସାମ୍ବାଦିକ  ରଜତ ପଣ୍ଡା , ବାସୁଦେବ ତ୍ରିପାଠୀ ଓ ସେକ ଜିଲ୍ଲାନୀ ଅବରୋଧ କରିବାରୁ ତାଙ୍କୁ ମଧ୍ୟ ଅଭିଯୁକ୍ତ ଆକ୍ରମଣ କରିଥିଲେ । ସ୍ଥାନୀୟ ଦୋକାନୀ ମାନେ ଅଭିଯୁକ୍ତକୁ ଅଟକ ରଖିଥିଲେ ପରେ ଅଭିଯୁକ୍ତଙ୍କ ଭାଇ ମଧ୍ୟ ଆସି ସମାନ ଭାବେ ଦୁର୍ବ୍ୟବହାର କରିଥିଲେ । ତେବେ ଦୁଇ ଜଣ  ଅଟକ ରଖି ଧାମନଗର ପୋଲିସରେ ଜିମା ଦେଇଥିଲେ ସ୍ଥାନୀୟ ଲୋକେ ଓ ସାମ୍ବାଦିକ ।

ପୋଲିସ ଘଟଣାରେ ତଦନ୍ତ କରିବା ସହ ଦୁଇ ଭାଇଙ୍କୁ ଥାନାକୁ ନେଇ ପଚରାଉଚୁରା କରିଛି । କିନ୍ତୁ ମୁଖ୍ୟ ଆକ୍ରମଣକାରୀ ମାଡ ମାରିବାର କୌଣସି ନିର୍ଦ୍ଧିଷ୍ଟ କାରଣ ପୋଲିସ ସମ୍ମୁଖରେ ସ୍ପଷ୍ଠ କରିନାହିଁ । ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସାମ୍ବାଦିକ ଜଣକ ଜାଣିନଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି । ୨ଜଣଙ୍କ ମାଡରେ ସାମ୍ବାଦିକଙ୍କ ଆଖି ଓ ହାତରେ ଆଘାତ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.