ବାହାର ରାଜ୍ୟକୁ ଚାଲାଣ ହେଉଥିଲା ଗଞ୍ଜେଇ: ୫୦୦କେଜି ନୀଳଜହର ଜବତ, ୨ ଗିରଫ

Published By : Prameya-News7 Bureau | October 02, 2021 IST

ବ୍ରହ୍ମପୁର ୦୨।୧୦: ଚୋରା ଗଞ୍ଜେଇ ଚାଲାଣ ବେଳେ ଚଢାଉ । ବ୍ରହ୍ମପୁର ଖୋଡ଼ାସିଙ୍ଗି ନିକଟରେ ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି । ଏହି ଚଢାଉରେ ୫୦୦ କିଲୋଗ୍ରାମ ଗଞ୍ଜେଇ ସହ ଟ୍ରକକୁ ଜବତ ହୋଇଛି । ଘଟଣାରେ ୨ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାଟପୁରରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ହେଉଥିଲା । ଏନେଇ ଅବକାରୀ ବିଭାଗ ପାଖରେ ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ମିଳିବା ପରେ ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ ବ୍ରହ୍ମପୁର ଖୋଜାସିଙ୍ଗି ନିକଟରୁ ଏକ ଟ୍ରକକୁ ଜବତ କରିଥିଲା । ଏହି ଟ୍ରକରୁ ୫୦୦ କିଲୋଗ୍ରାମ ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ଅବକାରୀ ବିଭାଗ । ଚୋରା ଗଞ୍ଜେଇ କାର୍‌ବାର୍‌ର ଲିଙ୍କ କେଉଁ ପର୍ଯ୍ୟନ୍ତ ଅଛି, ସେନେଇ ଛାନ୍‌ଭିନ୍‌ କରୁଛି ଅବକାରୀ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.