କରୋନାକୁ ଟପିଗଲାଣି ଗୁଜବ, ବ୍ରହ୍ମପୁରରେ ଦୁଇ ଗିରଫ ,ସାରା ରାଜ୍ୟରେ ଜେଲ୍ ଗଲେଣି ଆଠଜଣ
18/03/2020 at 2:34 PM

ବ୍ରହ୍ମପୁର ୧୮।୦୩: କରୋନା ସଂକ୍ରମଣ ସମ୍ପର୍କିତ ଗୁଜବ ପ୍ରଚାର କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇଜଣ ହେଲେ ସୁବାଷ ଚନ୍ଦ୍ର ସାହୁ ଓ ସୁଧାରକର ସାହୁ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ସମ୍ପର୍କିତ ମିଥ୍ୟା ଖବର ପ୍ରଚାର କରିଥିଲେ । ଯାହାଦ୍ବାରା ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳରେ ମିଥ୍ୟା ଖବର ପ୍ରଚାର ହେବା ଦ୍ବାରା ବ୍ୟବସାୟୀଙ୍କ ମନରେ ଅଶାନ୍ତର ବାତାବରଣ ସୃଷ୍ଟି ହୋଇଯାଇଥିଲା । ଯାହାଫଳରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଦୁଇଜଣଙ୍କୁ ଗିରଫ କରିଛି । ପୂର୍ବରୁ ମିଥ୍ୟାଖବର ପ୍ରଚାର କରି କେନ୍ଦ୍ରାପଡାରୁ ଚାରି ଜଣ , ସମ୍ବଲପୁରରୁ ଜଣେ, ଅନୁଗୁଳରୁ ଜଣଙ୍କୁ ଗିରଫ କରିଛି ପୋଲିସ ।
Related Posts
ଚଣ୍ଡିଖୋଲରେ ନିରାଡ଼ମ୍ବରରେ ରାମ ନବମୀ ପାଳନ
21 April 2021