ଢ଼ାବାରୁ ଖାଇ ଫେରିବା ପରେ ଦୁଇ ସାଙ୍ଗଙ୍କ ମୃତ୍ୟୁ, ବିଷାକ୍ତ ଖାଦ୍ୟ ଓ ମଦ ଯୋଗୁଁ ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | March 10, 2020 IST

ପାଟଣା ୧୦।୩: ଢ଼ାବାରୁ ଖାଇ ଫେରିବା ପରେ ଦୁଇ ସାଙ୍ଗଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ରାଜନଗର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଢ଼ାବାରୁ ଖାଇ ଦୁଇ ସାଙ୍ଗ ଫେରୁଥିବା ସମୟରେ ଗାଁ ଦାଣ୍ଡରେ ଜଣେ ସାଙ୍ଗର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ସାଙ୍ଗଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ମୃତ୍ୟୁର କାରଣ ସଠିକ୍ ଜଣାପଡି ନଥିବା ବେଳେ ବିଷାକ୍ତ ଖାଦ୍ୟ କିମ୍ବା ବିଷାକ୍ତ ମଦ ଯୋଗୁଁ ଏହା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତ ଦୁଇ ସାଙ୍ଗ ହେଲେ ରାଜନଗର ଗ୍ରାମର ଅର୍ଧେନ୍ଦୁ ଦାସ ଓ ଅନ୍ୟ ଜଣେ ରାଜନଗର ଗ୍ରାମର ଢ଼ିପା ସାହିର ମୁନା ନାଏକ । ଖବର ପାଇ ତୁରୁମୁଙ୍ଗା ପୋଲିସ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.