Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ପୁଣି କୋଏଲ ନଦୀରେ ବୁଡିଗଲେ ୨ ସାଙ୍ଗ, ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

10/01/2021 at 5:43 PM

ରାଉରକେଲା୧୦/୧: ରାଉରକେଲା କୋଏଲ ନଦୀରେ ପୁଣି ଅଘଟଣ। ଗାଧୋଇବା ବେଳେ ବୁଡ଼ିଗଲେ ୨ ଯୁବକ। ଓଡ୍ରାଫ ସହ ବିଶ୍ରା ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାଉରକେଲା ଟିମ୍ବର କଲୋନୀର ୭ ସାଙ୍ଗ ଏକାଠି ପିକନିକ କରିବାକୁ ଯାଇଥିଲେ।

ଏମାନଙ୍କ ମଧ୍ୟରୁ ୨ ସାଙ୍ଗ ଗାଧୋଇବାକୁ ଯାଇଥିଲେ। ଜଣେ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ପୁଣି ଜଣେ ସାଙ୍ଗ ବୁଡି ଯାଉଥିବା ବେଳେ ଉଦ୍ଧାର ହୋଇଥିବା ସାଙ୍ଗ ଜଣଙ୍କ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ସେମାନଙ୍କୁ ମଧ୍ୟରୁ ବହୁକଷ୍ଟରେ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୂର୍ବରୁ ମଧ୍ୟ ପରିବାର ସହ ପିକ୍‌ନିକ୍ ଯାଇଥିବା ଜଣେ ଯୁବତୀ କୋଏଲ ନଦୀରେ ନିଖୋଜ ହେବା ଘଟଣା ଚର୍ଚ୍ଚାକୁ ଆସିଥିଲା।  

   Related Posts