Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ବାଲେଶ୍ବର ସାହୁପଡାରେ ଆଗ ପଛ ହୋଇ ଦୁଇ ସାଙ୍ଗଙ୍କ ଆତ୍ମହତ୍ୟା, ଚାଞ୍ଚଲ୍ୟ

18/10/2019 at 5:09 PM

ବାଲେଶ୍ବର ୧୮|୧୦: ବାଲେଶ୍ବର ସଦର ଥାନା ଅନ୍ତର୍ଗତ ସାହୁପଡାରେ ଦୁଇ ଜଣ ସାଙ୍ଗ ଆଗ ପଛ ହୋଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ତେବେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁଇ ଜଣ ସାଙ୍ଗ ହେଲେ ୪୫ବର୍ଷ ବୟସ୍କ ତ୍ରିଲୋଚନ ଜେନା ଓ ୩୫ବର୍ଷ ବୟସ୍କ କୀର୍ତ୍ତି ଜେନା ।

ଆଜି ସକାଳ ୧୧ଟା ବେଳେ ବାଲେଶ୍ବର ସାହୁପଡା ଗାଁର କୀର୍ତ୍ତି ଜେନା ପ୍ରଥମେ ତାଙ୍କ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଏହି ଖବର ଶୁଣିବା ପରେ କୀର୍ତ୍ତିଙ୍କ ସାଙ୍ଗ ତ୍ରିଲୋଚନ ମୃତ କୀର୍ତ୍ତିଙ୍କ ଘରେ ପହଞ୍ଚିଥିଲେ । ସେଠାରେ ସାଙ୍ଗର ପରିବାରକୁ ସଙ୍ଖୋଳିବା ପରେ ନିଜ ଘରକୁ ଫେରିଥିଲେ । ତ୍ରିଲୋଚନ ଶବ ଛୁଇଁଥିବା ଯୋଗୁଁ ଗାଧୋଇବା ପାଇଁ ତାଙ୍କ ପତ୍ନୀ କହିଥିଲେ । ଗାଧୋଇବାକୁ ଯାଉଛି କହି ତ୍ରିଲୋଚନ ଏକ କୋଠରୀକୁ ପଶିଯାଇଥିଲେ । ସେଠାରେ ଏକ ରେଲିଂରେ ରଶି ବାନ୍ଧି ସେ ମଧ୍ୟ ଝୁଲି ପଡିଥିଲେ । ଦୀର୍ଘ ସମୟ ଧରି ଘରୁ ନବାହାରିବାରୁ ସଂପୃକ୍ତ ପ୍ରକୋଷ୍ଠର କବାଟ ଭଙ୍ଗାଯାଇଥିଲା । ସେତେବେଳକୁ ତ୍ରିଲୋଚନ ଜେନାଙ୍କ ମୃତ୍ୟୁ ହୋଇସାରିଥିଲା ।

କୀର୍ତ୍ତି ଜେନା  କାହିଁକି ଆତ୍ମହତ୍ୟା କଲେ ସେ ସଂପର୍କରେ କିଛି ଜଣାପଡିନାହିଁ । ତେବେ ତ୍ରିଲୋଚନ ସାଙ୍ଗ ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିବା ପରିବାରଲୋକେ ଅନୁମାନ କରୁଛନ୍ତି । ତେବେ ଦୁଇ ସାଙ୍ଗ ଗୋଟିଏ ଦିନରେ ଆତ୍ମହତ୍ୟା କରିବା ପଛରେ ଅନ୍ୟ କିଛି ଗୁଢ ରହସ୍ୟ ରହିଥିବା ପୋଲିସ ଆଶଙ୍କା କରୁଛି । ଦୁଇଟି ଭିନ୍ନ ଭିନ୍ନ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

   Related Posts