ଛେଚା ଖାଇଲେ ଦୁଇ ଠକ, ନକଲି ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ଯାଇଥିଲେ ସ୍କୁଲ

Published By : Prameya-News7 Bureau | September 28, 2019 IST

କଳାହାଣ୍ଡି ୨୮।୯: ନକଲି ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ସ୍କୁଲ ଯାଇଥିବା ଦୁଇ ଠକ ଛେଚା ଖାଇଲେ । ଦୁଇ ଠକ ମଦନପୁର-ରାମପୁର ଥାନାରେ ଅଟକ । ଗତକାଲି ଅପରାହ୍ନରେ କର୍ଲ।ମୁଣ୍ଡା ବ୍ଲକ୍ ନୋଡାଲ ପ୍ରାଥମିକ ବିଦ୍ୟାଳୟକୁ ଦୁଇ ଜଣ ବ୍ୟକ୍ତି ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ଯାଞ୍ଚ ପାଇଁ ପ୍ରଧାନ ଶିକ୍ଷକଙ୍କୁ ଧମକ ଚମକ ଦେଉଥିବା ବେଳେ ସୂଚନା ପାଇଁ ଗ୍ରାମବାସୀ ଘେରିଥିଲେ । ଗ୍ରାମବାସୀ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ ବେଳେ ଏମାନେ ଠକ ଜଣାପଡିବା ପରେ ଦୁଇ ଠକକୁ ଗ୍ରାମବାସୀ ଛେଚିବା ସହ କୋଠରୀରେ ବନ୍ଦ କରି ରଖିଥିଲେ । ପରେ ମଦନପୁର-ରାମପୁର ପୋଲିସ ଦୁଇ ଠକକୁ ମୁକୁଳାଇ ଥାନାରେ ଅଟକ ରଖିଛି । ଦୁଇ ଠକ ହେଲେ ନର୍ଲ। ଥାନା ସେରଗଡର ସୁଧାକର ତିଓ୍ବାରୀ ବଲାଗିଂର ଜିଲ୍ଲା ସଇନ୍ତଳାର ସତୀଶ ଚନ୍ଦ୍ର ଜାଲ । ପ୍ରାଥମିକ ତଦନ୍ତରୁ ଏମାନେ ସରକାରୀ ଅଫିସଗୁଡିକୁ ଯାଇ ଅନିୟମିତତା ଅଭିଯୋଗରେ ଯାଞ୍ଚ ଆଳରେ ଟଙ୍କା ଆଦାୟ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.