ଅନଲାଇନ୍‌ରେ ଗିଫ୍ଟ ଦେବା ନାଁରେ ଠକେଇ ; ଜଣେ ବିଦେଶୀଙ୍କ ସମେତ ୨ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

Published By : Prameya-News7 Bureau | December 17, 2018 IST

wp:core-embed/youtube {"url":"https://www.youtube.com/watch?v=rdgUr92dtII","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=rdgUr92dtII
/wp:core-embed/youtube

କଟକ ୧୭|୧୨: ଅନ୍‌ଲାଇନରେ ଆକର୍ଷଣୀୟ ଉପହାର ଲୋଭ ଦଖାଇ ଲୁଟ୍ କରିଥିବା ଜଣେ ନାଇଜେରିଆ ଯୁବକ ଓ ଦିଲ୍ଲୀର ଜଣେ ଯୁବକଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ନଓ୍ବିଜେ ଚୁକୁଡି ଭିନସେଟ ଓ ପିୟୁଷ ଆରୟା । ଉଭୟ ଅଭିଯୁକ୍ତ ଗତ ଅଗଷ୍ଟ ୨୧ ତାରିଖରେ ପୁରୀର ଜଣେ ମହିଳାଙ୍କଠାରୁ ଅନ୍‌ଲାଇନରେ ୪୧ ଲକ୍ଷଟଙ୍କା ଲୁଟି ନେଇଥିବା କ୍ରାଇମ୍‌ବ୍ରାଞ୍ଚ ସାଇବର ଥାନରେ ଅଭିଯୋଗ ହୋଇଥିଲ । ତେବେ ଅଭିଯୋଗ ପରେ କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ ଏହି ଘଟଣାରେ ତଦନ୍ତ କରି ଗତକାଲି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତେବେ ସୋମବାର ଅପରାହ୍ନରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି କ୍ରାଇମ୍‌ବ୍ରାଞ୍ଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.