ପ୍ଲାଜମା ଦାନ କଲେ ଦୁଇ ଅଗ୍ନିଶମ କର୍ମଚାରୀ, ପଶ୍ଚିମବଙ୍ଗରୁ ଅମ୍ଫାନ୍ ଡ୍ୟୁଟି ସାରି ଫେରିବା ପରେ ହୋଇଥିଲେ କରୋନା ଆକ୍ରାନ୍ତ

Published By : Prameya-News7 Bureau | July 23, 2020 IST

କଟକ ୨୩।୭: ପ୍ଲାଜମା ଦାନ କଲେ ଅଗ୍ନିଶମ ବିଭାଗର ଦୁଇ କର୍ମଚାରୀ । କଟକ ଏସସିବି ପ୍ଲାଜମା ବ୍ୟାଙ୍କରେ ପ୍ଲାଜମା ଦାନ କରିଛନ୍ତି ଦୁଇ ଜଣ ଆଗ୍ନିକ । ପଶ୍ଚିମବଙ୍ଗରେ ଅମ୍ଫାନ୍ ଡ୍ୟୁଟିରୁ ଫେରି କରୋନାରେ ଆକ୍ରାନ୍ତ ହୋଇଥିଲେ ଏହି ଦୁଇ ଆଗ୍ନିକ । ଅମ୍ଫାନ୍ ବାତ୍ୟା ସମୟରେ ଅଗ୍ନିଶମ ବିଭାଗର ଏହି କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ପଶ୍ଚିମବଙ୍ଗ ଯାଇଥିଲେ ।

{"id":304328,"sizeSlug":"large"}

ପଶ୍ଚିମବଙ୍ଗରୁ ସେମାନେ ଫେରିବା ପରେ ସଂକ୍ରମିତ ଆଶଙ୍କା କରି ସମସ୍ତଙ୍କୁ ସଂଗରୋଧରେ ରଖାଯାଇଥିଲା । ତେବେ ଟେଷ୍ଟ ପରେ ସେମାନଙ୍କ ମଧ୍ୟରୁ ୧୯୦ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ସେମାନେ ସମସ୍ତେ ସୁସ୍ଥ ହେବା ପରେ ଏବେ କାର୍ଯ୍ୟରେ ଯୋଗ ଦେଇସାରିଲେଣି । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୦ ଜଣ ଆଗ୍ନିକ ପ୍ଲାଜମା ଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଆଜି ସେମାନଙ୍କ ମଧ୍ୟରୁ ଆଜି ଦୁଇ ଜଣ ପ୍ଲାଜମା ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.