Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ଭାରତରେ ପ୍ରଥମ: ନୌସେନା ଯୁଦ୍ଧପୋତରେ ୨ ମହିଳା ଅଧିକାରୀଙ୍କୁ ମିଳିଲା ନିଯୁକ୍ତି

21/09/2020 at 7:02 PM

ନୂଆଦିଲ୍ଲୀ ୨୧।୯: ଭାରତୀୟ ନୌସେନାର ଗୁରୁତ୍ୱପୂର୍ଣ୍ଣ ପଦବୀରେ ୨ ମହିଳା ଅଧିକାରୀଙ୍କୁ ନିଯୁକ୍ତିମିଳିଛି। ଏମାନେ ହେଲେ ସବ୍ ଲେଫ୍ଟନାଣ୍ଟ କୁମୁଦିନୀ ତ୍ୟାଗୀ ଓ ସବ୍ ଲେଫ୍ଟନାଣ୍ଟ ରୀତି ସିଂହ। ଯୁଦ୍ଧପୋତରୁ ସଞ୍ଚାଳିତ ହେଉଥିବା ଏୟାରବୋର୍ଣ୍ଣ  ଟେକ୍ନିସିୟାନ ଭାବେ ଏହି ଦୁଇ ମହିଳା ଅଧିକାରୀ କାର୍ଯ୍ୟ କରିବେ। ଭାରତୀୟ ନୌସେନା ଇତିହାସରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ଆଗକୁ ମଧ୍ୟ ଆହୁରି ଅଧିକ ମହିଳା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜଣାପଡିଛି।

ଯୁଦ୍ଧ ଜାହାଜ ଡେକରୁ ଏହି ମହିଳା ଅଧିକାରୀମାନେ ଏୟାର ନେଭିଗେସନ, ଫ୍ଲାଇଂ ପ୍ରୋସିଜିୟର୍ସ, ଆକାଶ ମାର୍ଗରେ ଯୁଦ୍ଧବେଳେ ଗ୍ରହଣ କରାଯାଉଥିବା ପଦକ୍ଷେ ଓ ଉାପୟ, ବୁଡାଜାହଜ ନିରୋଧୀ ଯୁଦ୍ଧପରିଚାଳନା ସମେତ ଏଭିଓନିକ ଟେକନିକ୍‌ ପ୍ରଶିକ୍ଷଣ ପ୍ରାପ୍ତ କରିଛନ୍ତି। ନୌସେନା ତାଙ୍କ ଭଳି ୧୭ ଜଣ ଅଧିକାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ମନୋନୀତ କରିଛନ୍ତି।

ନୌସେନାରେ ଏପର୍ଯ୍ୟନ୍ତ ମହିଳାଙ୍କ ନିଯୁକ୍ତି କେବଳ ୱିଂ ଏୟାରକ୍ରାଫ୍ଟ ପର୍ଯ୍ୟନ୍ତ ସୀମିତ ଥିଲା। ହେଲେ ରୀତି ଓ କୁମୁଦିନୀଙ୍କ କ୍ଷେତ୍ରରେ ଇତିହାସ ବଦଳିଛି। ଦୁଇ ମହିଳା ଅଧିକାରୀ ନୌସେନାରେ ଅବଜରଭର ଭାବେ ଯୋଗ ଦେବେ। ଏଥିଲାଗି କୋଚ୍ଚି ସ୍ଥିତ ଆଇଏନଏସ ଗରୁଡରେ ସୋମବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୭ ଅଧିକାରୀଙ୍କ ଏକ ଗୋଷ୍ଠୀକୁ ଗ୍ରାଜୁଏଟ ସମ୍ମାନରେ ସମ୍ମାନୀତ କରାଯାଇଛି।

ଏହି ଅବସରରେ ରିୟର ଆଡମିରଲ ଆଣ୍ଟୋନୀ ଜର୍ଜ ଆଗକୁ ମଧ୍ୟ ନୌସେନାରେ ମହିଳାଙ୍କ ଲାଗି ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରାଯିବ ବୋଲି କହିଥିବା ବେଳେ ଏମାନେ ପୁରୁଷ ଅଧିକାରୀଙ୍କ ଭଳି ଅଗ୍ରୀମ ପଙକ୍ତିରେ କାମ କରିବେ ବୋଲି କହିଛନ୍ତି।   

   Related Posts