Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

କୂଅ ପାଣିକୁ ନେଇ ୨ପରିବାର ମୁହାଁମୁହିଁ : ବାପ-ପୁଅଙ୍କୁ ନିସ୍ତୁକ ପିଟି ପୋଖରୀରେ ଫିଙ୍ଗିଲେ ଅପରଗୋଷ୍ଠୀ, ଗାଁରେ ପୋଲିସ

22/11/2020 at 8:28 AM

ଢେଙ୍କାନାଳ ୨୨।୧୧: କୂଅ ପାଣିକୁ ନେଇ ଦୁଇ ପରିବାର ମୁହାଁମୁହିଁ। ବାପ ପୁଅକୁ ନିସ୍ତୁକ ପିଟି ପୋଖରୀରେ ଫିଙ୍ଗିଦେଲେ ଅପରଗୋଷ୍ଠୀ । ଗାଁ ଲୋକେ ଉଭୟଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗଞ୍ଜେଇ ଡ଼ିହିରେ ଏହି ଅଭାବନୀୟ ଘଟଣା ଘଟିଛି । ଘଟଣାପରେ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ଗଞ୍ଜେଇ ଡ଼ିହି ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଗୁରୁତର ହେଲେ ସେହି ଗାଁର ଶ୍ୟାମସୁନ୍ଦର ଧଳ ଓ ତାଙ୍କ ପୁଅ ସନ୍ତୋଷ ଧଳ ।

ଖବର ଅନୁଯାୟୀ, ଶ୍ୟାମ ସୁନ୍ଦର ଧଳ ଓ ଅକ୍ରୁର ଧଳଙ୍କ ପରିବାର ମଧ୍ୟରେ ଏକ କୂଅକୁ ନେଇ ବିବାଦ ଲାଗି ରହିଥିଲା । ତେବେ କୂଅ ଚାରିପଟେ ପାଚେରୀ ଦେବାକୁ ନେଇ ଉଭୟ ପରିବାର ମଧ୍ୟରେ ପ୍ରଥମେ ବଚସା ହୋଇଥିଲା, ପରେ ତାହା ଉଗ୍ର ରୂପ ନେଇଥିଲା । ଶ୍ୟାମସୁନ୍ଦର ଧଳ ତାଙ୍କ ଓ ପୁଅ ସନ୍ତୋଷଙ୍କୁ ଅପରଗୋଷ୍ଠୀର ଲୋକେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ବାପା ପୁଅଙ୍କୁ ନିସ୍ତୁକ ପିଟିବା ପରେ ପୋଖରୀରେ ଫିଙ୍ଗିଦେଇଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦୁଇ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।

   Related Posts