ସରକାରୀ ଜମିକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ , ଜଣେ ମୃତ

Published By : Prameya-News7 Bureau | July 25, 2020 IST

ଆଠଗଡ଼ ୨୫।୦୭: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ । ଆଠଗଡ଼ ଖୁଣ୍ଟୁଣୀ ଥାନା ଅଞ୍ଚଳର ଧୂରୁଷିଆ ଗାଁ ୨ଟି ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ସୂଚନା ରହିଛି । ମୃତକ ଗୟାଧର ବୋଲି ଜଣାପଡିଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।  

{"id":305100,"sizeSlug":"large"}

ସୂଚନାଯୋଗ୍ୟ ଯେ, ଏକ ସରକାରରୀ ଜମିକୁ ନେଇ ଉଭୟ ପରିବାର ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗିରହିଥିଲା ।  ଧୂରୁଷିଆ ଗାଁର ରାଉତ ଓ ସାହୁ ପରିବାର ମଧ୍ୟରେ ସରକାରୀ ଜମିକୁ ନେଇ ବିବାଦ ଲାଗି ରହିଥିଲା । ଶେଷରେ ବିବାଦ ଏତେ ଉଗ୍ରରୂପ ନେଲା ଯେ,  ଗତକାଲି ବିଳମ୍ବିତ ରାତିରେ ଉଭୟ ପରିବାର ମଧ୍ୟରେ ସଂପୃକ୍ତ ଜମିକୁ ନେଇ ବଚସା ହୋଇଥିଲା । ଧୀରେ ଧୀରେ ବଚସା ମାରପିଟ୍‌ ଓ  ଗଣ୍ଡଗୋଳ ହୋଇଯାଇଥିଲା । ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଖୁଣ୍ଟୁଣୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଗଣ୍ଡଗୋଳରେ କିଛି ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.