Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହଙ୍ଗା ପଡିଲା ମତଦାନ ସାବ୍ୟସ୍ତ, ବରଗଡ ଜିଲ୍ଲା ଭଟଲୀ ନିର୍ବାଚନ ମଣ୍ଡଳୀ ରସାଲି ଗାଁର ଦୁଇ ପରିବାର ସାମାଜିକ ବାସନ୍ଦ !

ବରଗଡ ୧୬|୫: ମହଙ୍ଗା ପଡିଲା ମତଦାନ ସାବ୍ୟସ୍ତ । ମତଦାନ କରି ବରଗଡ ଜିଲ୍ଲା ଭଟଲୀ ନିର୍ବାଚନ ମଣ୍ଡଳୀ ରସାଲି ଗାଁର ଦୁଇ ପରିବାର ସାମାଜିକ ବାସନ୍ଦ । ଗାଁ ଲୋକ ଏହି ଦୁଇ ପରିବାର ସହ କଥାବାର୍ତ୍ତା ବନ୍ଦ କରିବା ସହ ଗାଁ ଦୋକାନରୁ ଜିନିଷପତ୍ର କିଣିବାକୁ ବନ୍ଦ କରିଛନ୍ତି । ରସାଲି ଗାଁ ଲୋକଙ୍କ ପାଇଁ ତରାକନାରେ ମତଦାନ କେନ୍ଦ୍ର ହୋଇଥିଲା । କିନ୍ତୁ ସେହି କେନ୍ଦ୍ରରେ ଭୋଟ୍ ନଦେବା ପାଇଁ ଗ୍ରାମବାସୀ ନିଷ୍ପତି ନେଇଥିଲେ ।

କିନ୍ତୁ  ଅରକ୍ଷିତ ସାହୁ ଓ ଶିବ ବୁଦ୍ଧିଆଙ୍କ ପରିବାର ମତଦାନ କେନ୍ଦ୍ରକୁ ଯାଇ ନିଜ ନିଜ ଭୋଟ୍ ଦେଇଥିଲେ । ଦୁଇ ପରିବାର ଲୋକ ଭୋଟ୍ ଦେବା ପରେ ଗାଁ ଲୋକେ ସେମାନଙ୍କୁ ବାସନ୍ଦ କରିଥିବା ଅଭିଯୋଗ ହୋଇଛି । ପରବର୍ତ୍ତି ସମୟରେ ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । 

ଖବର ପାଇଁ ସ୍ଥାନୀୟ ବିଡିଓ, ତହସିଲଦାର ଓ ଥାନା ଅଧିକାରୀ ଲୋକଙ୍କୁ ବୁଝାସୁଝା କରିଥିଲେ । ଏଯାଏଁ କିଛି ସମଧାନ ହୋଇନାହିଁ । ଶେଷର ନିରୂପାୟ ହୋଇ ଉଭୟ ପରିବାର  ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

102 Views

   ସମ୍ବନ୍ଧିତ ଖବର