ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର, ମେଡିକାଲ ବାରଣ୍ଡା ଓ ଅଟୋ ପାଲଟିଲା ପ୍ରସବ କେନ୍ଦ୍ର

Published By : Prameya-News7 Bureau | November 21, 2020 IST

ବରଗଡ଼ ୨୧।୧୧ : ବରଗଡ଼ ଜିଲ୍ଳା ସଦର ମହକୁମାରେ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ମେଡିକାଲ ବାରଣ୍ଡା ଓ ଅଟୋ ପାଲଟିଛି ପ୍ରସବ କେନ୍ଦ୍ର । ଶନିବାର ଦିନ ଏପରି ଦୁଇଟି ଘଟଣା ଦେଖିବାକୁ ମିଳିଥିଲା ବରଗଡ଼ ପୁରୁଣା ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ।

{"id":365100,"sizeSlug":"large"}

ବରଗଡ଼ ନିକଟସ୍ଥ ତୋରା ଗାଁର ନେତ୍ରାନନ୍ଦ ମହାପାତ୍ର ନିଜ ଆସନ୍ନ ପ୍ରସବା ସ୍ତ୍ରୀ ଜ୍ୟୋତିମୟୀକୁ ପୁରୁଣା ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ ।  ତେବେ ଡାକ୍ତର କୋଭିଡ ଟେଷ୍ଟ କରିବାକୁ କହିଥିବା ବେଳେ ସେଠାରେ କେହି ଉପସ୍ଥିତ ନ ଥିଲେ । ଅପରପକ୍ଷେ ପ୍ରସୂତି କକ୍ଷରେ ବନ୍ଦ ଥିବା ସହ କେହି ଶୁଣି ନ ଥିବା ଅଭିଯୋଗ କରିଛନ୍ତି  । ଦୀର୍ଘ ସମୟ ଧରି ହଇରାଣ ହେବା ପରେ  ହସପିଟାଲ ପରିସରରେ ଅଟୋ ମଧ୍ୟରେ ନେତ୍ରାନନ୍ଦଙ୍କ ସ୍ତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସେପଟେ ଅନ୍ୟପଟେ  ନୂଆ ଗୁଡେଶିରା ଗାଁର ଭାବିନ୍ଦ୍ର ମୀନା ନିଜ ସ୍ତ୍ରୀ ଲଳିତାକୁ ପୁରୁଣା ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରଙ୍କ ଅପେକ୍ଷାରେ ଲଳିତା ପୁରୁଣା ଜିଲ୍ଳା ଡାକ୍ତରଖାନା ପରିସରରେ ବନ୍ଦ ହୋଇ ପଡି ରହିଥିବା ମାତୃ ମଙ୍ଗଳ କେନ୍ଦ୍ର ବାରଣ୍ଡାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ।

{"id":365101,"sizeSlug":"large"}

ବରଗଡ଼ ସହର ମଧ୍ୟରେ ଥିବା ଜିଲ୍ଳା ମୁଖ୍ୟ ଡାକ୍ତରଖାନା ଖେଦାପାଲିକୁ ସ୍ଥାନାନ୍ତର ହେବା ପରେ ଏହାକୁ ଅର୍ବାନ ସିଏଚ୍‌ସି ଭାବରେ ଘୋଷଣା କରାଯାଇଛି । ତା ସତ୍ତ୍ବେ ମଧ୍ୟ ଏଠାରେ ରୋଗୀ ଠିକ ଭାବରେ ସ୍ବାସ୍ଥ୍ୟ ସେବା ପାଇ ପାରୁନାହାନ୍ତି । ସରକାର ଗର୍ଭବତୀ ତଥା ନବଜାତକ ସନ୍ତାନ ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ତା ସତ୍ତ୍ବେ ମଧ୍ୟ ବରଗଡ଼ ସଦର ମହକୁମାରେ ପ୍ରସୂତି ବାରଣ୍ଡା , ଅଟୋରେ ଶିଶୁ ଜନ୍ମ ଘଟଣା ଜିଲ୍ଳାର ସ୍ବାସ୍ଥ୍ୟ ସେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.