ଦ୍ୱନ୍ଦରେ ଛାତ୍ରଛାତ୍ରୀ , ଗୋଟିଏ ଦିନରେ ୨ଟି ପରୀକ୍ଷା

Published By : Prameya-News7 Bureau | November 02, 2020 IST

ଭୁବନେଶ୍ୱର ୦୨।୧୧ : ରାଜ୍ୟରେ ଗୋଟିଏ ଦିନରେ ଦୁଇଟି ପ୍ରବେଶିକା ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ଛାତ୍ରଛାତ୍ରୀ । ତେଣୁ ଯେ କୌଣସି ଗୋଟିଏ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଆସନ୍ତା ୮ ତାରିଖରେ ସିଟି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ସେହିଦିନ ଉତ୍କଳ ବିଶ୍ୱବିଦ୍ୟାଳୟ ବିଇଡି ପାଠ୍ୟକ୍ରମରେ ନାମ ଲେଖିବାକୁ ପ୍ରବେଶିକା ପରୀକ୍ଷା ମଧ୍ୟ କରାଯିବ । ତେଣୁ ଗୋଟିଏ ଦିନରେ ଦୁଇଟି ପରୀକ୍ଷା ଥିବାରୁ ଶିକ୍ଷକ ହେବାକୁ ଆଶାୟୀ ଛାତ୍ରଛାତ୍ରୀମାନେ କେଉଁ ପରୀକ୍ଷା ଦେବେ ଓ କେଉଁଟା ଦେବେ ନାହିଁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ।

ଗୋଟିଏ ଦିନ ପୁଣି ଏକା ସମୟରେ ଦୁଇଟି ଯାକ ପରୀକ୍ଷା ଥିବାରୁ ଉଭୟ ପାଠ୍ୟକ୍ରମ ପାଇଁ ଆବେଦନ କରିଥିବା ବହୁ ଛାତ୍ରଛାତ୍ରୀ ଓ ତାଙ୍କ ବାପା, ମା’ ଚିନ୍ତାରେ ପଡିଛନ୍ତି । ଯଦି ସିଟି ପ୍ରବେଶିକା ପରୀକ୍ଷା ଦେବେ ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଇଡି ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେବେ । ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟ ବିଇଡି ପ୍ରବେଶିକା ପରୀକ୍ଷା ଦେଲେ ସିଟି ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେବାକୁ ପଡିବ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଷ୍ଟୁଡେଣ୍ଟ୍‌ ଏକାଡେମିକ୍‌ ମ୍ୟାନେଜମେଣ୍ଟ୍‌ ସିଷ୍ଟମ୍‌ ବା ସାମ୍ସ୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଛାତ୍ରଛାତ୍ରୀ ହଇରାଣରେ ପଡିବେ । ତେଣୁ ରାଜ୍ୟ ସରକାର ତୁରନ୍ତ ହସ୍ପକ୍ଷେପ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.