Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଜେଲରେ ଜମ୍ମୁ-କାଶ୍ମୀରର ଦୁଇ ପୂର୍ବ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ, ପରିସ୍ଥିତି ଜଟିଳ ହେବାରୁ ଜଣେ ସ୍ଥାନାନ୍ତରିତ

11/08/2019 at 5:50 PM

ଜମ୍ମୁ-କାଶ୍ମୀର:  ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇବା ଲାଗି ଶ୍ରୀନଗରର ହରିନିବାସ ଗେଷ୍ଟହାଉସ୍ ରେ ନଜରବନ୍ଦୀଥିବା କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ ହୋଇଥିବା ଜଣାପଡିଛି। ରାଜ୍ୟରେ ଉପୁଜିଥିବା ବର୍ତ୍ତମାନର ପରିସ୍ଥିତି ଲାଗି ଉଭୟ ପୂର୍ବ ମୁଖ୍ୟମନ୍ତ୍ରୀ ପରସ୍ପରକୁ ଦୋଷାରୋପ କରିବା ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି। ତେବେ ପରିସ୍ଥିତି ଅଧିକ ଜଟିଳ ହେବାରୁ ପ୍ରଶାସନ ସେମାନଙ୍କ ମଧ୍ୟରୁ ଜଣକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଛି।

ମିଳିଥିବା ସୂଚନା ଅନୁସାରେ ୪ ଅଗଷ୍ଟ ବିଳମ୍ବିତ ରାତ୍ରୀରେ ପିଡପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତି ଓ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ପ୍ରଥମେ ସେମାନଙ୍କ ଘରେ ନଜରବନ୍ଦୀ କରାଯାଇଥିଲା। ଅଗଷ୍ଟ ୫ ତାରିଖ ଦିନ ସଂସଦରେ ଅନୁଚ୍ଛେଦ ୩୭୦ ହଟାଇବା ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟସଭାକୁ ସୂଚନା ଦେବା ସହ ଜମ୍ମୁ-କାଶ୍ମୀର ପୁନର୍ଗଠନ ପ୍ରସ୍ତାବ ଉପସ୍ଥାପିତ କରିଥିଲେ। ତେବେ ନଜରବନ୍ଦ ଥିବା ୨ ନେତା ଲୋକଙ୍କୁ ଉସକାଉଥିବାର ସନ୍ଦେହ ହେବାରୁ ସେମାନଙ୍କୁ ବିଳମ୍ବିତ ସନ୍ଧ୍ୟାରେ ଗିରଫ କରି ହରିନିବାସ ଗେଷ୍ଟ ହାଉସରେ ବନ୍ଦୀ କରାଯାଇଥିଲା।

ଗେଷ୍ଟ ହାଉସରେ ଉଭୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ଣ୍ଣ ସ୍ୱାଚ୍ଛନ୍ଦ୍ୟ ମିଳିଥିଲା। ଓମାରଙ୍କୁ ଗେଷ୍ଟ ହାଉସ ବଗିଚାରେ ଚାଲବୁଲ କରିବାକୁ ଅନୁମତି ପାଇଥିଲେ । ତେବେ ଉପର ମହଲାରେ ରହୁଥିବା ମହବୁବା ମୁଫ୍ତି  ବଗିଚାରେ ଟହଲୁଥିବା ଓମାରଙ୍କୁ ଦେଖାଇ ସିଖାଇ କହିବା ସହ ରାଜ୍ୟର ବର୍ତ୍ତମାନ ପରିସ୍ଥିତି ଲାଗି ଦାୟୀ କରି ମନ୍ତବ୍ୟ ଦେଉଥିଲେ। ଯାହାକୁ ନେଇ ଉଭୟ ନେତା ଉଚ୍ଚ ଶ୍ୱରରେ କଥା କଟାକଟି ହେଉଥିବାର ବାହାରକୁ ଶୁଣାଯାଉଥିଲା। ଏଥିଲାଗି ଦୁଇ ନେତାଙ୍କୁ ଅଧିକାରୀମାନେ ଯେତେ ବୁଝାସୁଝା କଲେ ମଧ୍ୟ ସେମାନେ ବୁଝୁନଥିଲେ ବରଂ ପଡୋସୀଙ୍କ ଭଳି ପରସ୍ପର ସହ ଝଗଡା କରିବାରେ ଲାଗିଥିଲା। ସେମାନଙ୍କ ଝଗଡା ବେଳକୁ ବେଳ ଗୁରୁତର ହେବାରୁ ଏବେ ସେମାନଙ୍କୁ ପୃଥକ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଓମାରଙ୍କୁ  ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ହରିନିବାସ ଗେଷ୍ଟ ହାଉସ ପୂର୍ବରୁ ଆତଙ୍କବାଦୀଙ୍କ ଜେଲ ଭାବେ କୁଖ୍ୟାତ ଥିଲା। ଏଠାରେ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏଣୁ   ରେ କେହି ରହିବାକୁ ପସନ୍ଦ କରନ୍ତି ନାହିଁ। ଗୁଲାମନବୀ ଆଜାଦ କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହାକୁ ତାଙ୍କର ଆବାସରେ ରୂପାନ୍ତରିତ କରାଯାଇଥିଲା। ହେଲେ ଆତଙ୍କବାଦୀଙ୍କ ମୃତ୍ୟୁ କାରଣରୁ ସେ ଦିନେ ହେଲେ ବି ସରକାରୀ ମୁଖ୍ୟମନ୍ତ୍ରୀ ନିବାସରେ ରହିନଥିଲେ। ଓମାରଙ୍କୁ ମଧ୍ୟ ଅତୀତରେ ଏହାକୁ ସରକାରୀ ନିବାସ କରିବାକୁ କୁହାଯାଇଥିଲା। ତେବେ ୨୫ ଏକ ପରିମିତ ଜମି ଉପରେ ନିର୍ମିତ ହରିନିବାସର ୨ ପିଲା ଓ ପତ୍ନୀଙ୍କ ସହ ସେ ହଜି ଯିବେ ବୋଲି କହିଥିଲେ। ହିରନିବାସକୁ ସରକାରୀ ଅତିଥି ନିବାସ କରି ଏଥିରୁ ରାଜ୍ୟର ରାଜସ୍ୱ ଆୟ ବୃଦ୍ଧି କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

   Related Posts