ଧଳା ଜହର କାରବାରରେ ପୁଣି ଇଞ୍ଜିନିୟରିଂ ଛାତ୍ର : ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଦୁଇ ଗିରଫ
19/03/2020 at 1:59 PM

ଭୁବନେଶ୍ବର ୧୯।୩: ବାଲେଶ୍ବରରୁ ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ନୀଳଗିରି ମିତ୍ରପୁର ଅଞ୍ଚଳରୁ ୨ କିଲୋ ୭୦୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ବ୍ରାଉନସୁଗାର କାରବାର କରୁଥିବା ଦୁଇ ବି-ଟେକ୍ ଛାତ୍ରଙ୍କୁ ବି ଗିରଫ କରିଛି ପୋଲିସ । ଗିରଫ ଛାତ୍ର ହେଲେ ପ୍ରଦୀପ କୁମାର ଦାସ ଓ ଲୋକନାଥ ବେହେରା । ଜବତ ବ୍ରାଉନସୁଗାରର ଆନୁମାନିକ ୨ କୋଟି ୭୦ ଲକ୍ଷ ଟଙ୍କା । ଗତ ୩ ମାସ ମଧ୍ୟରେ ୬ କେଜିରୁ ଅଧିକ ବ୍ରାଉନସୁଗାର ଧରିବାରେ ସଫଳ ହୋଇଛି ଏସଟିଏଫ୍ ।