ପୋଲିସକୁ ବିକାଶ ଦୁବେ ସୂଚନା ଦେଇ ସଂକଟରେ ମହାକାଳେଶ୍ୱର ମନ୍ଦିରର ୨ କର୍ମଚାରୀ, ଜାଣନ୍ତୁ କାହିଁକି

Published By : Prameya-News7 Bureau | October 31, 2020 IST

ଉଜ୍ଜୈନ ୩୧।୧୦:  ଉଜ୍ଜୈନ ମହାକାଳେଶ୍ୱର ମନ୍ଦିରରୁ ଗିରଫ ହୋଇଥିଲା ୟୁପିର ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ। ମନ୍ଦିରର ୨ କର୍ମଚାରୀ ବିକାଶ ସମ୍ପର୍କରେ ପ୍ରଥମେ ପୋଲିସକୁ ସୂଚନା ଦେଇଥିଲେ। ଏଥିଲାଗି ସେମାନଙ୍କୁ ପୁରସ୍କାର ମିଳିବା ଦୂରର କଥା ଏବେ ଚାକିରୀ ହରାଇବାକୁ ପଡିଛି। ଉଜ୍ଜୈନ୍‌ ପୋଲିସ ସେମାନଙ୍କୁ ସନ୍ଦିଗ୍ଧ ଦର୍ଶାଇବା ଯୋଗୁ ମନ୍ଦିର ପ୍ରଶାସନ ଚାକିରୀରୁ ବାହାର କରି ଦେଇଛନ୍ତି।

{"id":354062,"width":579,"height":480,"sizeSlug":"large"}

ତେବେ ଏହି ଦୁଇ କର୍ମଚାରୀ ବିକାଶ ଦୁବେ ପୂର୍ବରୁ ଭଦୋଇ ବିଧାୟକଙ୍କୁ ସେହିଠାରେ ଧରାଇଥିଲେ। ବିଧାୟକ ଫେରାର ଥିବା ବେଳେ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ। କର୍ମଚାରୀ ଦ୍ୱୟ ତାଙ୍କୁ ଦେଖି ପୋଲିସକୁ ସୂଚନା ଦେଇଥିବା ବେଳେ ପୋଲିସ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ତେବେ ଉଭୟ ଅପରାଧୀଙ୍କ ଲାଗି ସମ୍ପୃକ୍ତ ରାଜ୍ୟ ପୋଲିସମାନେ ପୁରସ୍କାର ଘୋଷଣା କରିଛନ୍ତି। ହେଲେ ଦୁଇ ଜଣଙ୍କୁ ଏ ବାବଦରେ ଉଜ୍ଜୈନ ପୋଲିସ କୌଣସି ସୂଚନା ମଧ୍ୟ ଦେଉ ନାହିଁ। ଓଲଟି ସେମାନଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଦର୍ଶାଇ ଏବେ   ସେମାନଙ୍କ ପେଟ ପାଟଣାରେ ତାଲା ଲଗାଇ ଦେଇଛି।

{"id":354063,"sizeSlug":"large"}

ଦୁଇ କର୍ମଚାରୀଙ୍କୁ ଉଜ୍ଜୈନ ମନ୍ଦିର ପ୍ରଶାସନ ଚାକିରୀରୁ ବାହାର କରିଦେଇଛନ୍ତି।  ହେଲେବି ସେମାନଙ୍କୁ ମନ୍ଦିରରେ କାମରେ ଲଗାଯାଇଛି। ତେବେ ସେମାନଙ୍କ କାର୍ଯ୍ୟକଳାପ କିପରି ସନ୍ଦିଗ୍ଧ ସେମାନେ ଏପର୍ଯ୍ୟନ୍ତ ବୁଝିପାରୁନାହାନ୍ତି। ଫେରାର ଅପରାଧୀଙ୍କ ଲାଗି ପୋଲିସ ପୁରସ୍କାର ଘୋଷଣା କରୁଛି ଟେଲିଭିଜନ ଓ ସମ୍ବାଦପତ୍ରରେ ସେମାନଙ୍କ ଫଟୋ ବାହାର କରୁଛି। ଲୋକେ ଯଦି ଅପରାଧୀଙ୍କୁ କେଉଁଠି ଦେଖି ପୋଲିସକୁ ସୂଚନା ଦେଉଛନ୍ତି ଏଥିରେ ଭୁଲ କେଉଁଠି ବୋଲି ମନ୍ଦିରର କର୍ମଚାରୀ ଦ୍ୱୟ ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.