ଧାନ କିଣା ଦୁର୍ନୀତିରେ ୨ କର୍ମଚାରୀ ଗିରଫ

Published By : Prameya-News7 Bureau | August 31, 2020 IST

ପାଟଣା୩୧/୮: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଧାନ କିଣା ଦୁର୍ନୀତି ଘଟଣାରେ ପାଟଣା ଥାନା ପୋଲିସ ଦୁଇ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଦୁଇ ଜଣ ହେଲେ ସାହାରପଡା ସମବାୟ ସମିତି ଏମ,ଡି  ଖଗେଶ୍ୱର ମହାନ୍ତ ଓ ଟଭାସରୁଆ ସମବାୟ ସମିତି  ବ୍ରାଞ୍ଚ ମ୍ୟାନେଜର  ଚିତ୍ତରଞ୍ଜନ ନାଏକ। ଏ ନେଇ ପାଟଣା ଥାନା କେସ ନଂ ୧୦୭/୨୦ ଆଇପିସି  ୪୦୯ ଓ ୩୪ ଆଇ,ପି,ସିରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ସାହାରପଡା ବ୍ଲକର ୬୮ ଜଣ ଚାଷୀ ଗତ ୨୦୧୯ ବର୍ଷରେ ୩ ହାଜର ୬ ଶହ କ୍ବିଣ୍ଟାଲ ଧାନ ସମବାୟ ସମିତି ଜରିଆରେ ବିକ୍ରି କରି ଟଙ୍କା ପାଇ ନଥିବାରୁ ଚାଷୀ ମାନେ ଥାନାରେ ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.