ସୁନ୍ଦରୀକୁ ଜଗିବେ ୨ଟି ହାତୀ ; ଶିମିଳିପାଳରୁ ସାତକୋଶିଆ ଆସୁଛନ୍ତି ହାତୀ

Published By : Prameya-News7 Bureau | January 27, 2019 IST

ଅନଗୁଳ ୨୭|୧: ଅନଗୁଳ ସାତକୋଶିଆକୁ ଆସୁଛି ପୁଣି ହାତୀ । ଏଥର ଶିମିଳିପାଳରୁ ଆସୁଛି ଦୁଇଟି ହାତୀ । ମହେନ୍ଦ୍ର ଏବଂ ରାଜକୁମାର ନାମକ ଦୁଇଟି ହାତୀ ଆସୁଛି। ଭୋର ୪ ଟାରୁ ହାତୀ ଦୁଇଟି ଟ୍ରକରେ ଆସୁଥିବା ସୂଚନା ମିଳିଛି। ତେବେ ସେ ଘଣ୍ଟାକରେ ୩୦ କିମି ଅତିକ୍ରମ କରୁଛନ୍ତି। ସନ୍ଧ୍ୟା ସୁଧା ହାତୀମାନେ ସାତକୋଶିଆରେ ପହଁଚିଯିବେ।

{"id":78541}

ତେବେ ଆଗରୁ ଯଶୋଦା ହାତୀକୁ ଆଣିବାରେ ବିଫଳ ହେଲାପରେ ଏଭଳି ପଦକ୍ଷେପ ନିଆଯାଇଛି। ବାଘୁଣୀ ସୁନ୍ଦରୀକୁ ଜଗିବା ପାଇଁ ହାତୀକୁ ଅଣାଯାଉଛି। ଏନଟିସିଏର ଗାଇଡ଼ ଲାଇନ ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ବାଘୁଣୀ ସୁନ୍ଦରୀ ହାତିବାରି ଅଞ୍ଚଳରୁ ଜଣେ ମହିଳା ଏବଂ ଟାଇସି ଅଞ୍ଚଳରୁ ଜଣେ ପୁରୁଷକୁ ମାରି ଖାଇବା ପରେ ଏବେ ଏନକ୍ଲୋଜର ମଧ୍ୟରେ ରହିଛି। ତେବେ ଏବେ ଏନକ୍ଲୋଜରର ପରିସୀମାକୁ ବୃଦ୍ଧି କରିବା ସହ ବାଘୁଣୀ ସୁନ୍ଦରୀର ବ୍ୟବହାରକୁ ପୁଣି ଥରେ ପରୀକ୍ଷା କରିବ ବନ ବିଭାଗ। ଏଥିପାଇଁ ୨୦୦ ସିସିଟିଭି କ୍ୟାମେରା ଲାଗିଛି। ତେବେ ଜନବସତି ଆଡ଼କୁ ନ ଆସିବା ପାଇଁ ଏଥର ହାତୀ ଜଗିବ ବୋଲି ସୂଚନା ମିଳିଛି। ତେଣୁ ସ୍ଥଗିତ ଥିବା ସାତକୋଶିଆର ବ୍ୟାଘ୍ର ପ୍ରକଳ୍ପ ଯେ ପୁଣି ଥରେ ଚାଲୁହେବ ସ୍ପଷ୍ଟ ଜଣାପଡୁଛି। ତେବେ ବନ ବିଭାଗ  ମିଡିଆଠାରୁ ଦୂରରେ ରହି କୌଣସି ସୂଚନା ଦେଉନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.