ସପ୍ତାହକ ମଧ୍ୟରେ ଗଲାଣି ଦୁଇଟି ଦନ୍ତା ହାତୀର ଜୀବନ, ବନବିଭାଗର କର୍ଯ୍ୟଦକ୍ଷତା ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | January 12, 2021 IST

ଉଦଳା ୧୨।୧: ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ । ମାତ୍ର ଏକ ସପ୍ତାହ ମଧ୍ୟରେ ଦୁଇ ଗୋଟି ଦନ୍ତା ହାତୀର ମୃତଦେହ ଠାବ ହେବା ଘଟଣା ସ୍ଥାନୀୟ ବନବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ, ପୋଡାଡିହାରେ ସାନଜୁନପାଳ ଦଲକୀ ନାଳ ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି । ହାତୀଟିର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଏ ନେଇ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରାତି ତମାମ ହାତୀକୁ ଜଗି ରହିଥିଲେ । ମୃତ ହାତୀଟିର ଗୋଟିଏ ଦାନ୍ତ ରହିଥିବା ବେଳେ ଅନ୍ୟ ଦାନ୍ତଟି ଦେଖାଯାଉନଥିଲା । ଏହାସହିତ ହାତୀ ମୁଣ୍ଡରେ ଗଭୀର କ୍ଷତ ଲାଗିଥିବା ବେଳେ ୫ଦିନ ପୂର୍ବରୁ ହାତୀଟି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । କାରଣ ହାତୀ ଦେହରେ ପୋକ ଲାଗିଯାଇଛି ।

ତେବେ ଏ ନେଇ ବନବିଭାଗ ପ୍ରତିକ୍ରିୟା ଦେଇ ନଥିବା ବେଳେ ଦୁଇ ଗୋଟି ଦନ୍ତାହାତୀ ମଧ୍ୟରେ ଲଢେଇ ପରେ ଏହି ହାତୀଟି ଗୁରୁତର ହୋଇଥିବା ବେଳେ ଦୀର୍ଘ ଦିନ ହେବ ବନବିଭାଗ ନିରୀକ୍ଷଣରେ ରହିଥିଲା ବୋଲି ବନବିଭାଗ କହିଛି । ତେବେ ଜଙ୍ଗଲରେ କେବେ ହାତୀଙ୍କର ଲଢେଇ ହୋଇ ନ ଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ସବୁଠାରୁ ବଡ ପ୍ରଶ୍ନ ଯଦି ବନବିଭାଗ କଥା ସତ ତେବେ ବନବିଭାଗ ହାତୀ ଉପରେ ନିରୀକ୍ଷଣ କରିଥିଲେ ସୁଦ୍ଧା ହାତୀ ମୃତ୍ୟୁର ୫ ଦିନ ପରେ କିପରି ବନବିଭାଗ ଖବର ପାଇଲା ।

ପୂର୍ବରୁ ଗତ ୭ ତାରିଖରେ କପ୍ତିପଦାରେ ଶାରୀଶୁଆ ରାମକୁଣ୍ଡା ଜଙ୍ଗଲରୁ ଗୋଟିଏ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାହାର ଦାନ୍ତକୁ ଶିକାରୀ ଲୁଟି ନେଇଥିଲେ । ମଙ୍ଗଳବାର ପୋଡାଡିହା ରେଞ୍ଜରୁ ଉଦ୍ଧାର ହୋଇଥିବା ଦନ୍ତା ହାତୀର ଗୋଟିଏ ଦାନ୍ତ ଦେଖାଯାଉଥିବା ବେଳେ ଅନ୍ୟ ଦାନ୍ତଟି ଅଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.