ବିପଦରେ ଗଜରାଜ, ୨ ହାତୀଙ୍କୁ ମାରି ଦାନ୍ତ ନେଇଗଲେ ଦୁର୍ବୃତ୍ତ
14/06/2020 at 8:01 PM

ବଡବିଲ, ୧୪|୦୬ : ବିପଦରେ ଗଜରାଜ । ବେଧଡକ ଭାବେ କରାଯାଉଛି ହାତୀଙ୍କୁ ହତ୍ୟା । ଜଙ୍ଗଲରେ ପଡିଛି ୨ ହାତୀଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ, ଯୋଡ଼ା ନିକଟ ଗୁରୁବେଡ଼ା ରାସ୍ତା ପାଖ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଦୁଇଟି ହାତୀର ମୃତଦେହ ପଡି ରହିଛି ।
ଏହି ହାତୀ ମଧ୍ୟରେ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ହାତୀଙ୍କ ମୃତଦେହ ରହିଛି । ତେବେ ହାତୀଙ୍କୁ ହତ୍ୟା କରି କେହି ଦୁର୍ବୃତ୍ତ ଅଣ୍ଡିରା ହାତୀର ଦାନ୍ତକୁ କାଟିନେଇଥିବା ସନ୍ଦେହ କରାଯାଉଛି । ଶନିବାର ରାତିରେ ହାତୀଙ୍କୁ ହତ୍ୟା କରାଯାଆଇଥିବା ସନ୍ଦେହ କରିଛି ବନ ବିଭାଗ । ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।
Related Posts
ବଲାଙ୍ଗୀର: ଯୌତୁକ ପାଇଁ ନବ ବଧୂଙ୍କୁ ହତ୍ୟା ଅଭିଯୋଗ
25 January 2021