ଦୁଇ ଦିନରେ ଗଲାଣି ଦୁଇ ହାତୀଙ୍କ ଜୀବନ

Published By : Prameya-News7 Bureau | November 26, 2019 IST

ଆଠମଲ୍ଲିକ ୨୬।୧୧ : ଆଜି ପୁଣି ଆଠମଲ୍ଲିକ ବନାଞ୍ଚଳର ସିଦ୍ଧପୁର ଜଙ୍ଗଲରେ ଏକ ୭ ବର୍ଷର ଦନ୍ତା ହାତୀର ମୃତ୍ୟୁ ହୋଇଛି । ବନ ବିଭାଗ ତରବରିଆ ଭାବେ ହାତୀକୁ ପୋତିଦେଇଛି । ହାତୀ ମୁତ୍ୟୁ କାରଣ କ୍ଷତରୁ ବୋଲି ବନ ବିଭାଗ ସୂଚନା ଦେଉଥିବା ବେଳେ ଦାନ୍ତ ନେବା ଉଦ୍ଦେଶ୍ୟରେ ହାତୀକୁ ଶିକାର କରାଯାଇଥାଇପାରେ ବୋଲି ଆଲୋଚନା କରୁଛନ୍ତି । ଆଠମଲ୍ଲିକରେ ଦୁଇ ଦିନରେ ଦୁଇ ଗୋଟି ହାତୀ ମରିବା ଘଟଣାକୁ ନେଇ ଆଗାମୀ ଦିନରେ ବନ ବିଭାଗ କିପରି ହାତୀ ସୁରକ୍ଷା ଦେଉଛି ତାଉପରେ ନଜର ରଖାଯାଉ ବୋଲି ଦାବି ହେଉଛି ।       

{"id":190182,"sizeSlug":"large"}

ଅନ୍ୟପଟେ ଗତକାଲି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନାଞ୍ଚଳରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀ ହଣ୍ଡପା ରେଞ୍ଜ ଲକ୍ଷ୍ମୀପୁର ଜଙ୍ଗଲ ନିକଟରେ  ପ୍ରାଣ ହରାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.