କୁଲଡିହା ଅଭୟାରଣ୍ୟରେ ୨ଟି ମାଈ ହାତୀ ମୃତ

Published By : Prameya-News7 Bureau | March 13, 2019 IST

ନୀଳଗିରି ୧୩|୩ : ନୀଳଗିରି କୁଲଡିହା ଅଭୟାରଣ୍ୟରେ ୨ଟି ମାଈ ହାତୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ଆନ୍ଥ୍ରାକ୍ସ ରୋଗ କହି ତରବରିଆ ଭାବେ ପୋତି ଦେଇଛି ବନବିଭାଗ । ପୋଷ୍ଟ ମର୍ଟମ କରିବାକୁ ଯାଇଥିବା ଡାକ୍ତର କିନ୍ତୁ ଆନ୍ଥ୍ରାକ୍ସ କଥାକୁ ମାନିବାକୁ ନାରାଜ । ବନ ବିଭାଗ ଓ ଡାକ୍ତରଙ୍କ କଥାରେ ତାଳମେଳ ରହୁନଥିବାରୁ, ହାତୀ ମୃତ୍ୟୁର କାରଣ ଏବେ ସନ୍ଦେହ ଘେରକୁ ଚାଲିଆସିଛି । କିଛି ଦିନ ଧରି ଏକ ହାତୀ ପଲ ଜଙ୍ଗଲରୁ ବାହାରି ତିନିକୋଶିଆ ଜଙ୍ଗଲରେ ଡେରା ପକାଇଥିଲେ । ଫସଲ ନଷ୍ଟ କରୁଥିବାରୁ ଅତିଷ୍ଠ ଅଞ୍ଚଳବାସୀ ହାତୀ ଘଉଡ଼ାଇବା ପାଇଁ ଦାବି କରିଆସୁଥିଲେ । କୁଲଡିହା ଅଭୟାରଣ୍ୟ ବାଲିଚୁଆ ନିକଟରେ ହାତୀ ୨ଟି ମରିପଡିଥିବା ଜଣାପଡିବା ପରେ, ଘଟଣା ସନ୍ଦେହ ଘେରକୁ ଚାଲିଆସିଛି । କୁଲଡିହା ଏ.ସି.ଏଫ ଲକ୍ଷ୍ମଣ କୁମାର ପ୍ରଧାନ, ଆର୍.ସି.ଏଫ୍ ଅମିତା ବ୍ରହ୍ମା, ବ୍ଲକ୍ ପଶୁଚିକିତ୍ସା ଅଧତ୍କାରୀ ତପନ ଦ୍ବିବେଦୀ, କୁଲଡିହା ଫରେଷ୍ଟର କିଶୋର ଭୁୟାଁ ବନ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ୩-୪ ଦିନ ପୂର୍ବରୁ ହାତୀ ୨ଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ପଶୁ ଚିକିତ୍ସା ଅଧତ୍କାରୀ ମୃତ ହାତୀର ନମୁନା ପୋଷ୍ଟମୋର୍ଟମ ପାଇଁ ଆଣିଥିବା ବେଳେ, କୁଲଡିହା ଏ.ସି.ଏଫ୍ ଆନ୍ଥ୍ରାକ୍ସ କାରଣରୁ ମୃତ୍ୟୁ ହୋଇଥାଏପାରେ ବୋଲି କହି ହାତୀ ୨ଟିକୁ ତରବରିଆ ଭାବେ ପୋତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.