ଟ୍ରକ୍ ଧକ୍କାରେ ଦୁଇଟି ହାତୀ ମୃତ, ୧ ଗୁରୁତର

Published By : Prameya-News7 Bureau | August 22, 2019 IST

ଘଟଗାଁ ୨୨|୮: ଟ୍ରକ୍ ଧକ୍କାରେ ଦୁଇଟି ହାତୀ ମୃତ ହୋଇଥିବାବେଳେ ଗୋଟିଏ ଗୁରୁତର ହୋଇଛି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଲିଜୋଡି ନିକଟରେ ୨୦ନଂ ଜାତୀୟ ରାଜପଥ ଉପରେ ଘଟିଛି ଦୁର୍ଘଟଣା । ବିଳମ୍ବିତ ରାତିରେ ଟ୍ରକ୍ ଧକ୍କାରେ ଦୁଇଟି ହାତୀର ମୃତ୍ୟୁ ଘଟିଛି । ଅନ୍ୟ ଗୋଟିଏ ହାତୀ ଗୁରୁତର ହୋଇ ରାସ୍ତା ଉପରେ ପଡି ରହିଥିଲା ।

{"id":147247}

ମୃତ ଦୁଇଟି ହାତୀ ମଧ୍ୟରୁ ଗୋଟିଏ ୩ମାସର ଥିବାବେଳେ ସମସ୍ତ ମୃତ ଓ ଗୁରୁତର ହାତୀ ମାଈ ହାତୀ ବୋଲି ଜଣାପଡିଛି । ହାତୀମାନେ ରାସ୍ତା ପାରି ହେଉଥିବା ବେଳେ ଦୁଇଟି ଟ୍ରକ୍ ହାତୀମାନଙ୍କୁ ଧକ୍କା ଦେଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

{"id":147248}

ତେବେ ଗୋଟିଏ ଟ୍ରକ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଅନ୍ୟ ଟ୍ରକଟି ଧରାପଡିଛି । ତେବେ ଉକ୍ତ ଗାଡିର ଡ୍ରାଇଭର ମଧ୍ୟ ଫେରାର ହୋଇଯାଇଛି । ଘଟଗାଁ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗୁରୁତର ହାତୀର ଚିକିତ୍ସା ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.