Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନୟାଗଡରେ ବିଦ୍ୟୁତ୍ ଆଘାତରେ ଦୁଇ ଜଣଙ୍କର ମୃତ୍ୟୁ

4/09/2019 at 4:33 PM

ନୟାଗଡ ୪: ନୟାଗଡ ଜିଲ୍ଲା ରଣପୁର ଥାନା ରଙ୍କଦେଉଳି ଗାଁରେ ଅଘଟଣ । ଘରେ ବିଦ୍ୟୁତ୍ କାମ କରୁଥିବା ସମୟରେ କରେଣ୍ଟ ଲାଗି ଘର ମାଲିକଙ୍କ ସହ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଲକ୍ଷ୍ମଣ ସାହୁ ଓ ରବି ପରିଡା । ଦୁର୍ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

କୌଣସି କାରଣରୁ ଘରେ ବିଦ୍ୟୁତ୍ ସଂଯୋଗ କଟିଯାଇଥିବାରୁ ଲକ୍ଷ୍ମଣ ଆଜି ପଡୋଶୀ ରବିଙ୍କୁ ଡାକି ତାର ସଜାଡୁଥିବା ସମୟରେ ହଠାତ୍ ଲକ୍ଷ୍ମଣଙ୍କୁ ବିଦ୍ୟୁତ୍ ଲାଗିଥିଲେ । ଲକ୍ଷ୍ମଣଙ୍କୁ ରକ୍ଷା କରିବାକୁ ଯାଇ ରବିଙ୍କୁ ମଧ୍ୟ ବିଦ୍ୟୁତ୍ ଆଘାତ ଲାଗିଥିଲେ । ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

   Related Posts