ସତ୍‌ସଙ୍ଗରୁ ଫେରିବା ସମୟରେ ଦୁର୍ଘଟଣା: ୨ ମୃତ ୧୦ ଗୁରୁତର ଆହତ

Published By : Prameya-News7 Bureau | November 18, 2019 IST

ପାନୀପତ୍‌୧୮/୧୧: ହରିୟାଣର ପାନିପତ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ସତ୍‌ସଙ୍ଗରୁ କ୍ରୁଜର ଗାଡ଼ିରେ ଫେରିବା ସମୟରେ ଗଛରେ ଗାଡ଼ି ବାଡ଼େଇ ହୋଇଥିଲା।  ଘଟଣାସ୍ଥଳରେ ଦୁଇଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ କ୍ରୁଜର ଗାଡିରେ ୧୨ ଜଣ ଶ୍ରଦ୍ଧାଳୁ ଯାତ୍ରା କରିବା ସମୟରେ ଟୋଲ ପ୍ଲାଜା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦିଲ୍ଲୀରେ ଆୟୋଜିତ ଏକ ସତ୍‌ସଙ୍ଗ୍‌ରୁ ଫେରିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି। ମୃତ ଦୁଇଜଣ ହେଲେ ଚଣ୍ଡିଗଡ଼ ଓ ଜୀରକପୁରର ବାସିନ୍ଦା। ଦୁର୍ଘଟଣା ସଂପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରୁ ଦୁଇଜଣଙ୍କ ଶବ ଉଦ୍ଧାର କରିବା ସହ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.