ମଣିଷ ମାଂସ ଖିଆ ଭାଇ, କବର ଖୋଳି ଖାଇଛନ୍ତି ୧୫୦ରୁ ଅଧିକ ମୃତ ଦେହ...

Published By : Prameya-News7 Bureau | January 14, 2020 IST

ଇସ୍ଲାମାବାଦ୧୪/୧: ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କିଛି ବର୍ଷ ତଳେ ପାକିସ୍ତାନରେ ଏମିତି ଏକ ଘଟଣା ଘଟିଥିଲା ଯାହା ସଂପର୍କରେ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ। ହିଂସ୍ର ପଶୁ ବାଘ, ଭାଲୁ ଓ ସିଂହ ମଣିଷକୁ ମାରି ସେମାନଙ୍କ ମାଂସକୁ ଖାଉଥିବା କଥା ନିଶ୍ଚିତ ଶୁଣିଥିବେ। ହେଲେ ମଲା ମଣିଷର ମାଂସକୁ ଖାଉଥିବା ଏହି ଦୁଇଭାଇଙ୍କ କଥା ହୁଏତେ କେହି ଜାଣି ନଥିବେ। କବର ଭିତରୁ ୧୫୦ରୁ ଅଧିକ ମଲା ମଣିଷଙ୍କ ଶବ ବାହାର କରି ସେମାନଙ୍କ ମାଂସ ଖାଉଥିଲେ। ସେହି ସମୟରେ ଏହି ଘଟଣା ପାକିସ୍ତାନରେ ହଇଚଇ ସୃଷ୍ଟି କରିଥିଲା।

{"id":211175,"sizeSlug":"large"}

ମଣିଷ ମାଂସ ଖିଆ ଏହି ଦୁଇ ଭାଇଙ୍କ ନାଁ ହେଉଛି ମହମ୍ମଦ ଫର୍‌ମାନ ଓ ମହମ୍ମଦ ଆରିଫ୍‌। ପାକିସ୍ତାନର ପଞ୍ଜାବର ଭକ୍କର ଜିଲ୍ଲାର ଦରୟା ଖାନ୍ ଅଞ୍ଚଳରେ ଫରମାନ୍‌ ଓ ଆରିଫ୍‌ ରହନ୍ତି। ଦୁଇଭାଇ ବିବାହ କରି ସାରିଥିଲେ। ହେଲେ ଦୁଇଭାଇଙ୍କର ଏଭଳି କାର୍ଯ୍ୟାକଳାପ ଦେଖି ସେମାନଙ୍କ ସ୍ତ୍ରୀ ଛାଡ଼ି ଚାଲି ଯାଇଥିଲେ। ପ୍ରତିଦିନ ନିଜ ସ୍ତ୍ରୀଙ୍କୁ ଦୁଇଭାଇ ମାରପିଟ୍‌ କରୁଥିଲେ।

{"id":211176,"sizeSlug":"large"}

୨୦୧୧ ମସିହାରେ ପ୍ରଥମଥର ଦୁଇଭାଇଙ୍କୁ ପୋଲିସ୍‌ ଗିରଫ କରିଥିଲା। ଯେତେବେଳେ ସ୍ଥାନୀୟ ଶ୍ମଶାନରେ ମୃତା ମହିଳାଙ୍କ ଶବକୁ ଖାଉଥିଲେ। ମୃତା ମହିଳାଙ୍କ ନାଁ ସାୟରା ପରଓ୍ବିନ୍‌। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ୨୦୧୧ ମସିହା ତାଙ୍କର ମୃତ୍ୟୁ ହୋଇଥିଲା। ସାୟରାଙ୍କ ସଂପର୍କୀୟଙ୍କ କହିବା ଅନୁସାରେ  ୨୪ ବର୍ଷୀୟା ସାୟରାଙ୍କ ମୃତ ଦେହ ଶ୍ମଶାନରେ ପୋତି ଆସିବା ପରେ ତାଙ୍କ ଶବକୁ କିଏ ଗାୟବ କରି ଦେଇଥିଲା। ଏହି ଘଟଣାର ପରଦିନ ତାଙ୍କ ସଂପର୍କୀୟ ଥାନାରେ ଅଭିଯୋଗ କରିଥିଲେ। ବହୁ ଛାନ୍‌ଭିନ୍ ପରେ ମଣିଷ ଖିଆ ଏହି ଦୁଇ ଭାଇଙ୍କ ପାଖରେ ପୋଲିସ୍‌ ପହଞ୍ଚିଥିଲା ।

{"id":211177,"sizeSlug":"large"}

ପାକିସ୍ତାନ ପୋଲିସ୍‌ର ସୂଚନା ଅନୁସାରେ ମଣିଷ ମରିବା ପରେ ତାର ମାଂସକୁ ଧାରୁଆ ହସ୍ତ୍ରରେ ଏହି ଦୁଇ ଭାଇ କାଟି ଖାଉଥିଲେ। ପୁଣି ଘରେ ଆଣି ସେହି ମାଂସକୁ କାଟି ଛୋଟ ଛୋଟ ଖଣ୍ଡ କରି ତରକାରି ପ୍ରସ୍ତୁତ କରୁଥିଲେ। କେବଳ ସାୟରାଙ୍କ ଶବ ନୁହେଁ ଏମିତି ୧୫୦ରୁ ଅଧିକ ଶବକୁ କାଟି ଏହି ଦୁଇଭାଇ ଖାଇଛନ୍ତି। ଏହା ପରେ ପୋଲିସ୍ ଦୁଇଭାଇଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜଣକା ୫୦ ହଜାର ଲେଖାଏଁ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ମଧ୍ଦେୟ ଇଥିଲେ। ବର୍ତ୍ତମାନ ଦୁଇଭାଇ ମାନସିକ ରୋଗରେ ଚିକିତ୍ସା ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.