Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ସଫଦରଜଙ୍ଗ ହସ୍ପିଟାଲର ଦୁଇଜଣ ଡାକ୍ତର କରୋନା ସଂକ୍ରମିତ

1/04/2020 at 5:15 PM

ନୂଆଦିଲ୍ଲୀ୦୧/୦୪: ଦେଶରେ କରୋନା ବିପର୍ଯ୍ୟୟ ଜାରି ରହିଛି। ଏହି ସମୟରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ଦୁଇଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ଦୁଇ ଡାକ୍ତରଙ୍କ ମଧ୍ୟରେ ଜଣେ ମହିଳା ଡାକ୍ତର ଦୁବାଇରୁ ଆସିଥିବାବେଳେ ଅନ୍ୟ ଜଣେ ରୋଗୀଙ୍କ ଚିକିତ୍ସା କରୁଥିଲେ। କରୋନା ଯୋଗୁଁ ଭାରତରେ ଏପର୍ଯ୍ୟନ୍ତ ୩୮ଜଣଙ୍କର ମୃତ୍ୟୁ ହୋଇଛି ଏବଂ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୬୩୭ରେ ପହଞ୍ଚିଛି। ଗତ ୧୨ ଘଣ୍ଟା ମଧ୍ୟରେ ୨୪୦ ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏପର୍ଯ୍ୟନ୍ତ ୧୩୩ ଜଣ ଲୋକ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ପରିସଂଖ୍ୟାନ ପ୍ରକାଶ ପାଇଛି। କରୋନା ଭାଇରସ୍ ଧୀରେ ଧୀରେ ବ୍ୟାପିବା ଦେଖି ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା ହୋଇଛି। ୨୧ ଦିନିଆ ଲକଡାଉନ୍ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ଜାରି ରହିବ |

ଏହାପୂର୍ବରୁ ଦିଲ୍ଲୀରେ ଅନ୍ୟ ଜଣେ ସରକାରୀ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହି ଡାକ୍ତର ଦିଲ୍ଲୀ ସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି। ଡାକ୍ତରଙ୍କ ନମୁନା ପଜିଟିଭ୍ ମିଳିବା ପରେ ଡାକ୍ତରଖାନା ବନ୍ଦ ରହିଥିଲା। ଏହାପରେ ଡାକ୍ତରଖାନାକୁ ସାନିଟାଇଜ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା | ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୩ ଟି ନୂଆ ମାମଲା ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଏହି ୧୨୦ ମାମଲାରେ ୨୪ ଜଣ ଅଛନ୍ତି ଯେଉଁମାନେ ନିଜାମୁଦ୍ଦିନରେ ଏକ ଧାର୍ମିକ ସମାବେଶରେ ଯୋଗ ଦେଇଥିଲେ| ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ ଅତି କମରେ ପାଞ୍ଚ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି | ଦୁଇଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଦେଶ ବାହାରେ ଅଛନ୍ତି। ସୋମବାର ରାତି ପର୍ଯ୍ୟନ୍ତ କୋଭିଡ -୧୯ ର ୯୭ ଟି ମାମଲା ସାମ୍ନାକୁ ଆସିଥିଲା । ଆଜି କରୋନା ପଜିଟିଭ୍ ବାହାରିଥିବା ଡାକ୍ତର ଦିଲ୍ଲୀ ରାଜ୍ୟ କର୍କଟ ପ୍ରତିଷ୍ଠାନରେ କାର୍ଯ୍ୟରତ। ଏହି ହସ୍ପିଟାଲ କିମ୍ବା ଡାକ୍ତରଙ୍କର କରୋନା ସହିତ କୌଣସି ସମ୍ପର୍କ ନଥିଲା |

ଡାକ୍ତର କରୋନା ପଜିଟିଭ ବାହାରିବା ପରେ ଡାକ୍ତରଖାନା କାର୍ଯ୍ୟାଳୟ, ଓପିଡି ଏବଂ ଲ୍ୟାବ ସାନିଟାଇଜ ପ୍ରକ୍ରିୟା ଆରମ୍ଭ ହୋଇଛି । ଡାକ୍ତରଙ୍କ ସହ ଯୋଗାଯୋଗ କରୁଥିବା ଲୋକଙ୍କୁ ମଧ୍ୟ କ୍ଵାରେଣ୍ଟାଇନ କରାଯାଉଛି। ଡାକ୍ତରଖାନାର ନିର୍ଦ୍ଦେଶକ ବି.ଏଲ୍ ଶେରୱାଲ କହିଛନ୍ତି ଯେ, ଡାକ୍ତରଙ୍କ ଭାଇ ଭାଉଜ ବ୍ରିଟେନରୁ ଆସିଥିଲେ | ତାଙ୍କ ଠାରୁ ସେ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି|

   Related Posts